ମହିଳାଙ୍କୁ ଲିଫ୍ଟ ଦେଇ ମାଡ଼ ଖାଇଲେ ଡ୍ରାଇଭର

ମହିଳାଙ୍କୁ ଲିଫଟ ଦେଇ ମାଡ଼ ଖାଇଲେ ଡ୍ରାଇଭର । ଗାଡିର ପିଛା କରି ଡ୍ରାଇଭରଙ୍କୁ ଅଟକାଇ ମହିଳାଙ୍କ ସ୍ୱାମୀ ଓ ୧୦ରୁ ଊର୍ଦ୍ଧ୍ୱ ସମ୍ପର୍କୀୟ ତାଙ୍କୁ ଆକ୍ରମଣ କରିଥିଲେ । ଡ୍ରାଇଭର ଗୁରୁତର ଆହତ ହୋଇ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି ହୋଇଛନ୍ତି । ଗୁରୁତର ଡ୍ରାଇଭର ହେଲେ ଛତିଶଗଡ଼ର କରଣ କୁମାର ସିଂ।

ଆନନ୍ଦପୁର(କେନ୍ୟୁଜ): ମହିଳାଙ୍କୁ ଲିଫ୍ଟ ଦେଇ ମାଡ଼ ଖାଇଲେ ଡ୍ରାଇଭର । ଗାଡିର ପିଛା କରି ଡ୍ରାଇଭରଙ୍କୁ ଅଟକାଇ ମହିଳାଙ୍କ ସ୍ୱାମୀ ଓ ୧୦ରୁ ଊର୍ଦ୍ଧ୍ୱ ସମ୍ପର୍କୀୟ ତାଙ୍କୁ ଆକ୍ରମଣ କରିଥିଲେ । ଡ୍ରାଇଭର ଗୁରୁତର ଆହତ ହୋଇ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି ହୋଇଛନ୍ତି । ଗୁରୁତର ଡ୍ରାଇଭର ହେଲେ ଛତିଶଗଡ଼ର କରଣ କୁମାର ସିଂ।

କରଣ ଯାଜପୁର ରୋଡରେ ଟ୍ରକ ଚଳାନ୍ତି । ଯିବା ଆସିବା ବାଟରେ ୨୦ ନଂ ଜାତୀୟ ରାଜପଥର କୋଳିମାଟି ନିକଟରେ ଏକ ଢାବାରେ ଗାଡ଼ି ରଖିଥିଲେ । ପୂର୍ବରୁ ବହୁବାର ସେଠାରେ ସେ ଖିଆପିଆ କରିଛନ୍ତି। ସେହି ଦୃଷ୍ଟିରୁ ଢାବାରେ କାମ କରୁଥିବା ଜଣେ ମହିଳାଙ୍କୁ ଚିହ୍ନି ଥିଲେ । ଗତକାଲି ଗାଡିରଖି ସେହି ଢାବାରେ ଖାଇସାରିବା ପରେ ସଂପୃକ୍ତା ମହିଳା ତାଙ୍କୁ ଲିଫ୍ଟ ମାଗି ଆଗରେ ଛାଡି ଦେବାକୁ କହିଥିଲେ ।

ତେବେ ଗାଡି କିଛି ବାଟ ଯିବାପରେ ହଠାତ୍ ମହିଳାଙ୍କ ପରିବାର ଲୋକେ ୩ଟି ବାଇକରେ ଆସି ଗାଡ଼ି ଅଟକାଇ ଆକ୍ରମଣ କରିବାପରେ ତାଙ୍କୁ ଅଟକ ରଖିଥିଲେ । ପରେ ଖବର ପାଇ ପୋଲିସ୍ କରଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.