Below header

‘‘ରଙ୍ଗୀଲା’’ର ନୂଆ ଭର୍ସନ‘‘ବିୟୁଟିଫୁଲ’’ର ଟ୍ରେଲର ରିଲିଜ୍‌, ଦେଖନ୍ତୁ ନୈନା ଗାଙ୍ଗୁଲୀଙ୍କ ହଟ୍‌ ଅନ୍ଦାଜ୍‌

ଅମୀର ଖାନ୍‌, ଜ୍ୟାକି ସରାଫ ଓ ଉର୍ମିଳା ମାତେଣ୍ଡକରଙ୍କ ଅଭିନୀତ ରାମଗୋପାଳ ବର୍ମାଙ୍କ ‘‘ରଙ୍ଗୀଲା’’ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମ ସେତେବେଳ ସମୟରେ ବକ୍ସ ଅଫିସରେ ଧୁମ୍‌ ମଚାଇଥିଲା। ୧୯୯୫ ମସିହାରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଯୋଗୁ ଉର୍ମିଳା ମାତେଣ୍ଡକର ରାତାରାତି ଷ୍ଟାର ବନିଯାଇଥିଲେ। ବର୍ତ୍ତମାନ ରାମଗୋପାଳ ବର୍ମା ପୁଣି ଥରେ ରଙ୍ଗୀଲାର ନୂଆ ଭର୍ସନ() ନିର୍ମାଣ କରୁଛନ୍ତି, ଯାହାର ଟ୍ରେଲର ନିକଟରେ ରିଲିଜ୍‌ ହୋଇଛି।

ଏହି ଫିଲ୍ମର ଟାଇଟଲ୍‌ ରହିଛି ‘‘ବିୟୁଟିଫୁଲ’’। ଫିଲ୍ମରେ ନବାଗତା ନୈନା ଗାଙ୍ଗୁଲୀଙ୍କୁ ଉର୍ମିଳାଙ୍କ ଭଳି ହଟ୍‌ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଅଗସ୍ତ୍ୟ ମଞ୍ଜୁ ଦେଇଛନ୍ତି। ତେବେ ଏହି ଟ୍ରେଲରରେ କୌଣସି ଡାଇଲଗ୍‌ ନାହିଁ। କିନ୍ତୁ ଗୀତ ମାଧ୍ୟମରେ ଫିଲ୍ମର କାହାଣୀ ସମ୍ପର୍କରେ ଟିକେ ଟିକେ ଜଣାପଡ଼ୁଛି। ଟ୍ରେଲରରେ ପାର୍ଥ ଓ ନୈନାଙ୍କୁ ଅତ୍ୟନ୍ତ ଅନ୍ତରଙ୍ଗ ଅବସ୍ଥାରେ ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ‘‘ନଶେ ସି ଚଢ଼ ଗୟି’’ ଗୀତରେ ଏମିତି ରୋମାଣ୍ଟିକ ଅନ୍ଦାଜ୍‌ରେ ଡ୍ୟାନ୍ସ କଲେ ରଣବୀର ଓ ଦୀପିକା, ଭାଇରାଲ ହେଉଛି ଭିଡିଓ

ଦେଖନ୍ତୁ ଟ୍ରେଲର:

ଫିଲ୍ମରେ ନୈନା ଅଚାନକ ଧନୀ ହୋଇଯିବା ପରେ ତାଙ୍କର ଓ ପାର୍ଥର ପ୍ରେମରେ ବାଧା ଆସୁଥିବା ଦେଖିବାକୁ ମିଳିଛି। ଫିଲ୍ମର ଟ୍ରେଲରରେ ରୋମାନ୍‌ସ ଓ ଟ୍ରାଜେଡି ସହ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.