Below header

ରିଲ୍‌ ଲାଇଫରେ ଅଭିନେତ୍ରୀ, ରିୟଲ ଲାଇଫରେ ରାଜକୁମାରୀ

ନୂଆଦିଲ୍ଲୀ : ହିନ୍ଦୀ ସିନେମାରେ ଅନେକ ଅଭିନେତ୍ରୀ ରାଜକୁମାରୀ ରୋଲ କରିଥିବା ଦେଖାଯାଇଥାଏ । ‘ପଦ୍ମାବତ’ ହେଉ ବା ‘ହମ୍‌ ଦିଲ ଦେ ଚୁକେ ସନମ୍‌’ ହେଉ ବଡ ପରଦାରେ ଅନେକ ଅଭିନେତ୍ରୀ ରାଜ ପରିବାର ସହ ସମ୍ପର୍କିତ ଭୁମିକାରେ ଅଭିନୟ କରିଛନ୍ତି । ତେବେ ଖୁବ୍‌ କମ ଲୋକଙ୍କୁ ଜଣାଥିବ ଯେ ବଲିଉଡର କିଛି ଅଭିନେତ୍ରୀ ବାସ୍ତବ ଜୀବନରେ ମଧ୍ୟ ରାଜପରିବାର ସହ ସମ୍ପର୍କିତ । ସଂଜୟ ଲୀଲା ଭନସାଲଙ୍କ ଫିଲ୍ମ ‘ପଦ୍ମାବତ’ ରେ ମେହେରୁନିସା ଭୁମିକାରେ ଅଦିତି ରାଓ ସୁନ୍ଦର ଅଭିନୟ କରିଛନ୍ତି ।

ତାଙ୍କର ଅଭିନୟ ଏତେ ଜୀବନ୍ତ ଥିଲା ଯେ ସେ ବାସ୍ତବିକ ଜୀବନରେ ଯେପରି ରାଣୀ ଥିଲେ । ଏହା ମଧ୍ୟ ମିଛ ନୁହେଁ । ଅଦିତି ମଧ୍ୟ ରିୟଲ ଲାଇଫରେ ଜଣେ ରାଜକୁମାରୀ । ଅଦିତି ଶାହୀ ପରିବାର ସହ ସମ୍ପର୍କ ରଖନ୍ତି । ଅଭିନୟ ପ୍ରତି ଆକୃଷ ହୋଇ ସେ ରାଜପରିବାରର ଆରାମ ଜୀବନ ଛାଡି ମାୟାନଗରୀରେ ପ୍ରବେଶ କଲେ । ଅଦିତି ଆଜି ୩୬ ବର୍ଷ ବୟସରେ ପଦାର୍ପଣ କଲେଣି । ଆସନ୍ତୁ ଜାଣିବା ତାଙ୍କ ରାଜକୀୟ ଜୀବନ ସମ୍ପର୍କରେ କିଛି ।

ଶାହୀ ପରିବାରରୁ ଅଦିତି

ରିପୋର୍ଟ ଅନୁସାରେ ଅଦିତି ରାଓ ହୈଦରୀ, ଗୋଟିଏ ନୁହେଁ ଦୁଇ ଦୁଇ ରାଜ ପରିବାରର ବଂଶଜ । ୧୯୮୬ ମସିହା ଅକ୍ଟୋବର ୨୮ରେ ତାଙ୍କର ଜନ୍ମ ତେଲଙ୍ଗାନାରେ । ସେ ଆକବର ହୈଦରୀଙ୍କ ଅଣନାତୁଣୀ ,ଯିଏ ସେତେବେଳର ହାଇଦ୍ରାବାଦର ମୁଖ୍ୟମନ୍ତ୍ରୀ ଥିଲେ । ଏତିକି ନୁହେଁ ଅଦିତିଙ୍କ ଅଜା ରାମେଶ୍ୱର ରାଓ ଆନ୍ଧ୍ରପ୍ରଦେଶ ବାନାପର୍ତର ରାଜା ଥିଲେ । ଅଦିତିଙ୍କ ପିତା ଓ ମାତା ମଧ୍ୟ ଜଣେ ଚର୍ଚ୍ଚିତ ଗାୟିକା ଅଟନ୍ତି ।

bhagyasree
poto :jagran.com

ଭାଗ୍ୟଶ୍ରୀ

ଭାଗ୍ୟଶ୍ରୀ ମହାରାଷ୍ଟ୍ର ସ୍ଥିତ ସାଂଗଲୀ ଶାହୀ ପଟବର୍ଦ୍ଧନ ପରିବାର ସହ ସମ୍ପର୍କ ରଖନ୍ତି । ଭାଗ୍ୟଶ୍ରୀଙ୍କ ପିତା ବିଜୟସିଂହ ରାଓ ମାଧବ, ରାଓ ପଟବର୍ଦ୍ଧନ ସାଂଗଲୀର ରାଜା ଥିଲେ । ଭାଗ୍ୟଶ୍ରୀ ‘ମୈନେ ପ୍ୟାର୍‌ କିଆ’ ରେ ସଲମାନଙ୍କ ସହ ମୁଖ୍ୟ ନାୟୀକା ଭୁମିକାରେ ଅଭିନୟ କରିଥିଲେ । ପ୍ରଥମ ଫିଲ୍ମ ପରେ ସେ ବିବାହ କରି ଦେଇଥିଲେ ।

ସାରା ଅଲ୍ଲୀ ଖାନ୍‌

ସାରା ଅଲ୍ଲୀ ଖାନ୍‌ ସୈଫ୍‌ ଅଲ୍ଲୀ ଖାନ ଓ ଅମୃତା ସିଂହଙ୍କ ଝିଅ । ପଟ୍ଟୋଦୀ ବଂଶର ଏହି କନ୍ୟା ପୂର୍ବ କ୍ରିକେଟର ଓ ଭୋପାଳ ନବାବ ମନସୁର ଅଲ୍ଲୀ ଖାନ୍‌ ଙ୍କ ନାତୁଣୀ ।

ପରବୀନ ବାବୀ

ଦିବଂଗତ ଅଭିନେତ୍ରୀ ପରବୀନ ବାବୀ ନିଜ ସମୟର ସବୁଠୁ ଗ୍ଲେମରସ ଅଭିନେତ୍ରୀ ମନାଯାଉଥିଲେ । ସେ ପରଦାରେ ଯେତିକି ସୁନ୍ଦରୀ ଥିଲେ ରିୟଲ ଲାଇଫରେ ମଧ୍ୟ ସେତେ ସୁନ୍ଦରୀ ଥିଲେ । ତାଙ୍କର ଜନ୍ମ ସାମନ୍ତୀ କୁଳୀନ ପରିବାରରେ ହୋଇଥିଲା । ତାଙ୍କ ପିତା ବଲୀ ମହମ୍ମଦ ବାବୀ ଗୁଜୁରାଟ ଜୁନାଗଡ଼ର ନବାବ ଓ ତାଙ୍କ ପୂର୍ବଜ ଗୁଜୁରାଟର ପଠାନ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.