Below header

ବଲିଉଡକୁ ଅଗଷ୍ଟ ମାସ କରି ଦେଲା ମାଲାମାଲ୍‌, ୭ଟି ଫିଲ୍ମରୁ ଆୟ ୧୯୨୬ କୋଟି

ଚଳିତ ଅଗଷ୍ଟ ମାସରେ ରିଲିଜ୍‌ ହୋଇଥିବା ୭ଟି ଫିଲ୍ମ ଭଲ ବ୍ୟବସାୟ କରିଛି

ମୁମ୍ବାଇ : ହସ ଫେରିଛି ବଲିଉଡ୍‌ ପ୍ରଯୋଜକଙ୍କ ମୁହଁରେ । ଷ୍ଟାର ଓ ସୁପରଷ୍ଟାର ବି ଖୁସି । ଆଉ ସାଉଥ୍‌ ଫିଲ୍ମର ଉଦାହରଣ ଦେଇ ସମାଲୋଚନା କରି ପାରିବେନି ସିନେ ସାମ୍ବାଦିକ ଅବା ଦର୍ଶକ । କାରଣ ଚଳିତ ଅଗଷ୍ଟ ମାସରେ ରିଲିଜ୍‌ ହୋଇଥିବା ୭ଟି ଫିଲ୍ମ ଭଲ ବ୍ୟବସାୟ କରିଛି । ୨୦୧୯ରେ ଶେଷଥର ପାଇଁ ଅଗଷ୍ଟ ମାସରେ ବଲିଉଡ୍‌ ଭଲ ବ୍ୟବସାୟ କରିଥିଲା ।

ଅଗଷ୍ଟ ୧୦ ତାରିଖରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଜେଲର ରିଲିଜ୍‌ ହୋଇଥିଲା । ଏହି ଫିଲ୍ମ ସାରା ଦୁନିଆରେ ସର୍ବାଧିକ ୭୨୩ କୋଟି ଟଙ୍କା ଆୟ କରିଛି । ଏହା ପଛକୁ ରହିଛି ସନ୍ନି ଦେଓଲଙ୍କ ଗଦ୍ଦର-୨, ଯିଏ ୬୧୧ କୋଟି ଆୟ କରିଛି । ଓଏମ୍‌ଜି-୨, ଡ୍ରିମ୍‌ ଗାର୍ଲ ସମେତ ପ୍ରାୟ ୮ଟି ଫିଲ୍ମ ଅଗଷ୍ଟ ମାସରେ ରିଲିଜ୍‌ ହୋଇଛି । ବକ୍ସ ଅଫିସ୍‌ରେ ଏମାନେ ପ୍ରାୟ ପାଖାପାଖି ଆସିଥିଲେ । ତଥାପି ସମସ୍ତେ ଦର୍ଶକଙ୍କୁ ସିନେମା ହଲ୍‌କୁ ଟାଣିବାରେ ସମର୍ଥ ହୋଇଛନ୍ତି । ସମସ୍ତଙ୍କ ପଛରେ ଆସି ଆୟୁଷ୍ମାନ ଖୁରାନାଙ୍କ ଡ୍ରିମ୍‌ ଗାର୍ଲ-୨ ୫୨ କୋଟି ଆୟ କରି ସାରିଲାଣି । ପୂର୍ବରୁ ଗତ ଜାନୁଆରୀରେ ପଠାନ ଏବଂ ମାର୍ଚ୍ଚ ବେଳକୁ, ତୁ ଝୁଠି ମେ ମକ୍କାର, ଭୋଲା, ରକି ଓ ରାନୀ କି ପ୍ରେମ କାହାନୀ ଆଦି ଫିଲ୍ମ ମଧ୍ୟ ଭଲ ବ୍ୟବସାୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.