ବାଙ୍କୀ: କାହିଁକି ଜୀବନ ହାରିଲେ ନବ ଦମ୍ପତି ? ତଦନ୍ତ କରୁଛି ପୋଲିସ

ବିବାହର ୬ ମାସ ପରେ କାହିଁକି ଜୀବନ ହାରିଲେ? ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ଖୋଳତାଡ କରୁଛି ବାଙ୍କୀ ଥାନା ପୋଲିସ । ମୃତକ ହେଲେ ଭେଡା ରାମଚନ୍ଦ୍ରପୁର ଗାଁର ଲକ୍ଷ୍ମୀଧର ସାହୁ ଓ ସ୍ତ୍ରୀ ନିରୁପମା ସାହୁ ।

ବାଙ୍କୀ(କେନ୍ୟୁଜ୍): କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ କାହିଁକି ଜୀବନ ହାରିଲେ ନବ ଦମ୍ପତି ? ବିବାହର ୬ ମାସ ପରେ ଆତ୍ମହତ୍ୟା କଲେ କାହିଁକି ? ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ଖୋଳତାଡ କରୁଛି ବାଙ୍କୀ ଥାନା ପୋଲିସ । ମୃତକ ହେଲେ ଭେଡା ରାମଚନ୍ଦ୍ରପୁର ଗାଁର ଲକ୍ଷ୍ମୀଧର ସାହୁ ଓ ସ୍ତ୍ରୀ ନିରୁପମା ସାହୁ ।

ଆଜି ସକାଳେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଲକ୍ଷ୍ମୀଧର ଭୁବନେଶ୍ବରରେ ଏକ ମିଠା ଦୋକାନରେ କାମ କରୁଥିଲେ। ଗତକାଲି ସେ ଗାଁକୁ ଆସିଥିଲେ। ଆଜି ସକାଳୁ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ ପରିବାର ଲୋକ। କଣ ପାଇଁ ଦୁଇ ଜଣ ଏପରି ଚରମ ପଦକ୍ଷେପ ନେଲେ କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.