୩ ତାରିଖରୁ ବଦଳିବ ପାଗ: କିଛି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ

୩ ତାରିଖରୁ ବଢ଼ିବ ବର୍ଷା ବିସ୍ତୃତି । ୪ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ । ୩ ତାରିଖ ପାଇଁ ୧୫ ଜିଲ୍ଲା ଓ ୪ ତାରିଖ ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଆନ୍ଧ୍ର ଉପକୂଳ ସମେତ ଆନ୍ଧ୍ର ଉପକୂଳ ସମୁଦ୍ରରେ ଏହା ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା । ୩ ତାରିଖରୁ ବଦଳିବ ପାଗ । ଆଜି ଓ ଆସନ୍ତାକାଲି କିଛି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ । ୨ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ଅନେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଥିରୁ ୮ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୩ ତାରିଖରୁ ବଢ଼ିବ ବର୍ଷା ବିସ୍ତୃତି । ୪ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ । ୩ ତାରିଖ ପାଇଁ ୧୫ ଜିଲ୍ଲା ଓ ୪ ତାରିଖ ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ବର୍ଷା କମିଛି । ବଢ଼ିଛି ତାତି ଓ ଗୁଳୁଗୁଳି । ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ପ୍ରତିଶତ କମ୍ ବର୍ଷା ହୋଇଛି । ୧୧ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଓ ୧୮ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । କେବଳ ଗୋଟିଏ ଜିଲ୍ଲା ବୌଦ୍ଧରେ ଅଧିକ ବର୍ଷା ହୋଇଥିବା ଜଣାଯାଇଛି । ଘୂର୍ଣ୍ଣିବଳୟ ଅଭାବୀ ବର୍ଷାକୁ ଭରଣା କରିପାରେ । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.