‘ମୁନ୍ନି ବଦ୍‌ନାମ ହୁଇ’ ପରେ ଇଣ୍ଟରନେଟରେ ଧମାଲ କରୁଛି ‘ମୁନ୍ନା ବଦ୍‌ନାମ ହୁଆ’, ଦବଙ୍ଗ ୩ର ଗୀତ ରିଲିଜ୍‌

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଦବଙ୍ଗ ୩’କୁ ନେଇ ବେଶ୍‌ ବ୍ୟସ୍ତ ରହିଛନ୍ତି ଭାଇଜାନ। ନିକଟରେ ଫିଲ୍ମର ପ୍ରମୋଶନ ପାଇଁ ‘ମୁନ୍ନି ବଦନାମ୍‌ ହୁଇ’ ଗୀତରେ ଜ୍ୟାକଲିନଙ୍କ ସହିତ ଡ୍ୟାନ୍ସ କରି ବେଶ୍‌ ଧମାଲ କରିଥିଲେ ସଲମାନ। ଆଉ ନିଜେ ଗାଇଥିବା ଏକ ଗୀତ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏବେ ଫିଲ୍ମ ‘ଦବଙ୍ଗ ୩’ର ଆଉ ଦୁଇଟି ଗୀତ ସାମ୍ନାକୁ ଆସିଛି। ଯାହା ଇଣ୍ଟରନେଟ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମର ଚତୁର୍ଥ ଗୀତ ‘ମୁନ୍ନା ବଦନାମ ହୁଆ’ ଅଡିଓ କେବଳ ରିଲିଜ ହୋଇଛି। ଯାହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ରିଲିଜ ହେବାର କିଛି ସମୟରେ ପରେ ଏହାକୁ ୟୁଟ୍ୟୁବରେ ଧମାଲ କରୁଛି।

ଏହି ଗୀତ ୨୦୧୦ରେ ଆସିଥିବା ଦବଙ୍ଗ ଫିଲ୍ମର ଗୀତ ‘ମୁନ୍ନି ବଦନାମ ହୁଇ’ ଟ୍ରାକ୍‌ରେ ରଖାଯାଇଛି। ଗୀତକୁ ଦନିଶ ଶବରୀ ଏବଂ ମମତା ଶର୍ମା, କମାଲ ଖାନ ଏବଂ ବାଦଶାହ ଗାଇଥିବା ବେଳେ ସଂଗୀତ ଦେଇଛନ୍ତି ସାଜିଦ-ଓ୍ଵାଜିଦ। ମୁନ୍ନି ବଦନାମ ହୁଇ ସେ ସମୟରେ ଜବରଦସ୍ତ ହିଟ୍‌ ହୋଇଥିଲା ଏବେ ୯ ବର୍ଷ ପରେ ମୁନ୍ନା ବଦନାମ ହୁଆ ମଧ୍ୟ ହିଟ୍‌ ହେବ ବୋଲି ମେର୍କସ କହିଛନ୍ତି। ପରେ ଆଉ ଏକ ସୁନ୍ଦର ଗୀତ ‘ଆଓ୍ଵାରା’ର ଅଡ଼ିଓ ଆସିଛି । ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୁଦେବା।

You might also like