କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡ଼ି ବାବା ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କ ଭିଡ଼, ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ଭସାଇଲେ ଭକ୍ତ

ଭଦ୍ରକ(କେନ୍ୟୁଜ୍): କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡ଼ି ବାବା ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କ ଭିଡ଼। ପ୍ରତ୍ୟୁଷରେ ଭକ୍ତ ଓ ସେବାୟତ ମାନେ ବୋଇତ ବନ୍ଦାଣ ପାଇଁ ପୀଠରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ଭସାଇଥିଲେ। ଭୋର ୪ଟାରେ ମନ୍ଦିର ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତି ସହ ସମସ୍ତ ରୀତିନୀତିରେ ବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଭକ୍ତମାନେ ଲମ୍ବା ଲାଇନରେ ଆସି ଶାନ୍ତି ଶୃଙ୍ଖଳାର ସହା ବାବାଙ୍କ ଦର୍ଶନ କରିବା ସହ ମାନସିକ ଭୋଗ ଲାଗି କରିଛନ୍ତି। ହବିଷ୍ୟାଳି ଭକ୍ତମାନେ ମନ୍ଦିର ପରିସର ଜଗନ୍ନାଥ ମନ୍ଦିରରେ ପୂଜା କରି ନିଜ ବ୍ରତ ଭାଙ୍ଗିଛନ୍ତି। ସଂଧ୍ୟାରେ ଅପୂର୍ବ ହରଗୌରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବାବା ଆଖଣ୍ଡଳମଣୀ।

Leave A Reply

Your email address will not be published.