ବେତନଭୋଗୀ କର୍ମଚାରୀମାନେ ନିଜର ଭବିଷ୍ୟନିଧି ଖାତାରେ ସଠିକ୍ ନାମାଙ୍କନ କରିଛନ୍ତି କି ନାହିଁ ସୁନିଶ୍ଚିନ୍ତ କରିବା ଉଚିତ। ଏପରି କହିବାର କାରଣ ପଛରେ ପିଏଫ ଖାତାଧାରକଙ୍କ ପରିବାରକୁ କ୍ଲେମ୍ ସମୟରେ ଯେପରି ଅନ୍ୟତ୍ର କେଉଁଠିକୁ ଯିବାକୁ ନପଡେ। ଏହିକାରଣରୁ ପିଏଫ ନାମାଙ୍କନ ପ୍ରକ୍ରିୟାକୁ ସହଜ କରିବା ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ E-nomination ପ୍ରକ୍ରିୟା ଆରମ୍ଭ କରିଛନ୍ତି, ଯାହା ପାଖାପାଖି ୧୫ ମିନିଟ୍ ଭିତରେ ପୂରଣ କରାଯାଇପାରିବ। ଏଥିପାଇଁ କୌଣସି କର୍ମଚାରୀ ନିଜର ଆକ୍ଟିଭ ୟୁଏଏନ ଜରିଆରେ ଇପିଏଫଓ ପୋର୍ଟଲ https://unifiedportal-mem.epfindia.gov.in/memberinterface ରେ ଲଗଇନ୍ କରି ଆଧାର କାର୍ଡ ଜରିଆରେ ନୂଆ ନାମାଙ୍କନ କରିପାରିବେ।
ସୂଚନା ଅନୁଯାୟୀ ୟୁଏଏନକୁ ଆଧାର ନମ୍ବର ସହ ଯୋଡା ଯିବା ମଧ୍ୟ ଆବଶ୍ୟକ। ଏହାବ୍ୟତୀତ ଯେଉଁ କର୍ମଚାରୀମାନେ ବିବାହ କରିନାହାନ୍ତି ସେମାନେ ନିଜ ପରିବାରର କୌଣସି ସଦସ୍ୟଙ୍କୁ ମନୋନିତ କରିପାରିବେ ଏବଂ ବିବାହରେ ଏହାକୁ ପରିବର୍ତ୍ତନ କରାଯାଇପାରିବ । ସବୁଠାରୁ ଖାସ୍ କଥା ହେଉଛି ପୁରା ପ୍ରକ୍ରିୟାକୁ ଇ-ନାମାଙ୍କନ ଜରିଆରେ କରାଯାଇପାରିବ। ଏହି ପ୍ରକ୍ରିୟାକୁ ଲାଗୁ କରିବା ପାଇଁ ନାମାଙ୍କିତ ବ୍ୟକ୍ତିଙ୍କ ନାଁ ମଧ୍ୟ ମିଶୁଥିବା ଆବଶ୍ୟକ।
-ଲଗଇନ୍ କରିବା ପାଇଁ ଆପଣଙ୍କୁ ଇ-ନାମାଙ୍କନକୁ ଯିବାକୁ ପଡିବ। ଏଠାରୁ ଆପଣ ମ୍ୟାନେଜ୍ ଅପ୍ସନକୁ ଯାଇ ଇ-ନାମାଙ୍କନ ଅପ୍ସନରେ କ୍ଳିକ୍ କରନ୍ତୁ।
-ଏହାପରେ ଆପଣ ସାଧାରଣ ସୂଚନା ପାଇପାରିବେ ଏବଂ ଏଥିରେ ଆପଣଙ୍କୁ କିଛି ସେକ୍ସନ ପୂରଣ କରିବାକୁ ପଡ଼ିବ।
-ଏହା ପୂର୍ବରୁ ଆପଣ ସମସ୍ତ ଆବଶ୍ୟକୀୟ ପ୍ରମାଣ ପତ୍ର ଫଟୋ ଅପଲୋଡ୍, ସ୍ଥାୟୀ ଏବଂ ବର୍ତ୍ତମାନ ଠିକଣା ଏବଂ ବୈବାହିକ ପ୍ରମାଣ ସମସ୍ତ ଆବଶ୍ୟକୀୟ ପ୍ରମାଣ ଜମା କରନ୍ତୁ।
ଏହାସହ ପଢନ୍ତୁ: ଗୋଟିଏରୁ ଅଧିକ ବ୍ୟାଙ୍କରେ ଖାତା ଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍ ଭୋଗିବାକୁ ପଡିପାରେ ଅନେକ ସମସ୍ୟା
-ଏଥିସହ ସମସ୍ତ ପ୍ରକ୍ରିୟା ପୂରଣ କରିବା ପରେ ଆପଣ ନୋମିନିଙ୍କର ସମସ୍ତ ପ୍ରମାଣ ଜମା କରିପାରିବେ। ଏଥିରେ ନୋମିନିଙ୍କ ନାଁ, ଆଧାର ନମ୍ବର, ଜନ୍ମ ତାରିଖ ଏବଂ ଲିଙ୍ଗ ଆଦି ସାମିଲ କରନ୍ତୁ।
ଏହାବ୍ୟତୀତ ଆପଣ ବୈକଳ୍ପିକ ରୂପେ ଖାତା ସହ ଜଡିତ ସମସ୍ତ ପ୍ରମାଣ ପତ୍ର ଜମା କରିପାରିବେ।