ପାଲଲହଡ଼ା ଶିବିଡ଼ା ଶିକ୍ଷା ନିକେତନରେ ଅଭାବନୀୟ ଘଟଣା, ଖାଦ୍ୟ ନମିଳିବାରୁ ହଷ୍ଟେଲ ଛାଡ଼ିଲେ ଦୁଇଶହରୁ ଉର୍ଦ୍ଧ୍ୱ ଅନ୍ତେବାସୀ

ପାଲଲହଡ଼ା(କେନ୍ୟୁଜ୍): ହଷ୍ଟେଲରେ ମିଳିଲାନି ଖାଦ୍ୟ। ହଷ୍ଟେଲ ଛାଡ଼ିଲେ ଦୁଇଶହରୁ ଅଧିକ ଅନ୍ତେବାସୀ। ପାଲଲହଡ଼ା ଶିବିଡ଼ା ଶିକ୍ଷା ନିକେତନରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଦୀର୍ଘ ଦିନ ହେଲା ହଷ୍ଟେଲରେ ପିଇବା ପାଣି ଅଭାବ, ଶୌଚାଳୟ ଅବ୍ୟବସ୍ଥା, ଖାଇବା ପାଇବାରେ ଅସୁବିଧା ଲାଗି ରହିଥିବା ବେଳେ ଏନେଇ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନକ ନିକଟରେ ଅଭିଯୋଗ ହୋଇଥିଲା। ତେବେ ଏହାର ସ୍ଥାୟୀ ସମାଧାନ ବାହାରି ପାରିନାହିଁ। ଖାଦ୍ୟ ଓ ଚିକିତ୍ସା ସୁବିଧା ନମିଳିବାରୁ ଶେଷରେ ଅତିଷ୍ଠ ହୋଇ ଅଭିଭାବକମାନେ ନିଜ ପିଲାଙ୍କୁ ହଷ୍ଟେଲରୁ ଫେରାଇ ଆଣଛନ୍ତି। ପୂର୍ବରୁ ମଧ୍ୟ ଏଠାରେ ଅବ୍ୟବସ୍ଥା ନେଇ ଅନେକ ଥର ଶିବିଡ଼ା ଶିକ୍ଷାନିକେତନ ଚର୍ଚ୍ଚାକୁ ଆସିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.