Below header

ଏହି କାରଣ ପାଇଁ ଭାଙ୍ଗିଥିଲା ଦୀପିକାଙ୍କ ପ୍ରଥମ ବିବାହ,ଏଥିପାଇଁ ବଦଳାଇଥିଲେ ନିଜ ନାମ !

‘ସସୁରାଲ ସିମର କା’ର ଫେମ୍ ଅଭିନେତ୍ରୀ ଦୀପିକା କକ୍କଡ ବିଗବସ-୧୨ର ବିଜେତା ହୋଇଛନ୍ତି। ଏହି ଶୋରେ ଦୀପିକା ବହୁତ ବ୍ୟକ୍ତିଗତ କଥା ସେୟାର କରିଛନ୍ତି। ଶୋ’ରେ ଘରରେ ଥିବା ଅନ୍ୟ ସଦସ୍ୟଙ୍କ ସହିତ ଦୀପିକା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା କରୁଥିବାର ନଜର ଆସିଥିଲେ। ଦୀପିକା ଏହା କହିବା ବେଳେ ଶୁଣାଯାଇଥିଲା ଯେ ସେ ତାଙ୍କର ପ୍ରଥମ ବିବାହକୁ ମନେ ପକାଇବାକୁ ଚାହାଁନ୍ତି ନାହିଁ, କାରଣ ଏହା ତାଙ୍କ ପାଇଁ ବହୁତ କଠିନ ସମୟ ଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ‘ସସୁରାଲ ସିମର କା’ରେ ଅଭିନୟ କରି ଲୋକଙ୍କ ମଧ୍ୟରେ ନିଜର ପରିଚୟ ସ୍ରୁଷ୍ଟି କରିଥିବା ଦୀପିକା କକ୍କଡଙ୍କ ପ୍ରଥମ ବିବାହ କିଛି ବର୍ଷ ହେବ ବିଚ୍ଛେଦ ହୋଇଛି।

dipika_shoaib_storyକିଛି ମିଡିଆ ରିପୋର୍ଟସ ଏହା ମଧ୍ୟ କୁହାଯାଇଛି ଯେ ଦ୍ବିତୀୟ ବିବାହ ପରେ ଦୀପିକା ତାଙ୍କର ନାମ ବଦଳାଇ ଦେଇଥିଲେ।
ଦୀପିକାଙ୍କର ପ୍ରଥମ ବିବାହ ୨୦୧୩ ମସିହାରେ ରୌନକ ସ୍ୟାମସନଙ୍କ ସହିତ ହୋଇଥିଲା। କିନ୍ତୁ ଦୁଇ ବର୍ଷ ପରେ ଦୁହିଁଙ୍କର ୨୦୧୫ରେ ଛାଡପତ୍ର ହୋଇଯାଇଥିଲା। କୁହାଯାଏ ଯେ ‘ସସୁରାଲ ସିମର କା’ ସେଟରେ ୨୦୧୧ ମସିହାରେ ଦୀପିକାଙ୍କ ସାକ୍ଷାତ ସୋୟେବଙ୍କ ସହିତ ହୋଇଥିଲା। ଏହା ମଧ୍ୟ ଖବର ଆସିଲା ଯେ ସୋୟେବଙ୍କ ସହିତ ଦୀପିକାଙ୍କର ସମ୍ପର୍କ ପାଇଁ ତାଙ୍କର ବିବାହ ବିଚ୍ଛେଦର କାରଣ ଥିଲା। କିଛି ମିଡିଆ ରିପୋର୍ଟ ଅନୁଯାୟୀ ଦୀପିକା ଏବଂ ସୋୟେବଙ୍କର ପ୍ରେମକାହାଣୀ ୨୦୧୩ରେ ଆରମ୍ଭ ହୋଇଥିଲା, ଯେତେବେଳେ ସୋୟେବ ‘ସସୁରାଲ ସିମର କା’ର ଶୋ ଛାଡିଥିଲେ।

dipika-kakarଦୀପିକା ଏକ ଇଣ୍ଟର୍ଭ୍ୟୁରେ କହିଥିଲେ ଯେ, ‘ସୋୟେବ ଶୋ ଛାଡି ଗଲା ପରେ ମୁଁ ସେଟରେ କାହା ସହିତ ମିଶିଲି ନାହିଁ। ସେତେବେଳେ ସୋୟେବ ନିଜ ପ୍ରୋଜେକ୍ଟ ପାଇଁ ୪୦ ଦିନ ବାହାରକୁ ଯାଇଥିଲେ। ମୁଁ ତାଙ୍କୁ ଭେଟି ପାରୁନଥିଲି। ଏହି ସମୟରେ ମୋତେ ତାଙ୍କର ବହୁତ ଚିନ୍ତା ହେଉଥିଲା। ଏମିତି ଅବସ୍ଥା ସୋୟେବଙ୍କର ମଧ୍ୟ ଥିଲା। ସୋୟେବ କହିଲେ ଯେ ମୋ ବାପାଙ୍କୁ ବ୍ରେନ ହ୍ୟାମରେଜ ହୋଇଥିଲା। ପରିବାରର ଗୋଟିଏ ପୁଅ ହୋଇଥିବାରୁ ମୁଁ ମୋ ପରିବାର ସହିତ ଥିଲି। ଏହି ସମୟରେ ଦିପିକା ମୋତେ ବହୁତ ସାଥ୍ ଦେଇଥିଲେ।

dipika_shoaib_story (1)ଦୀପିକା ଏବଂ ସୋୟେବ ୨୦୧୮ ଫେବ୍ରୁୟାରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେହି ସମୟରେ କିଛି ମିଡିଆ ରିପୋର୍ଟସରେ କୁହାଯାଉଥିଲା ଯେ ଦୀପିକା ଇସଲାମର ନିୟମ ଅନୁଯାୟୀ ନିଜ ନାମ ବଦଳାଇ ଫୈଜା କରିଥିଲେ।
ଦୀପିକା ସୋୟେବଙ୍କୁ ବିବାହ ପରେ କହିଥିଲେ ଯେ, ‘‘ଆମେ ଦୁହେଁ ଏକ ମନର ଅଟୁ। ଆମେ ପସନ୍ଦ ମଧ୍ୟ ସମାନ ଭଳି ଅଟେ। ଆମକୁ ପରିବାର ସହିତ ରହିବାକୁ ବହୁତ ଭଲ ଲାଗେ। ମୋତେ ସୋୟେବଙ୍କ ପାଖରେ ଯେଉଁ ଜିନିଷ ସବୁଠୁ ଅଧିକ ଭଲ ଲାଗେ, ଯେ ସେ ବହୁତ ସିମ୍ପଲ ଅଟନ୍ତି। ଏହି ସବୁ ଆପଣଙ୍କ ଜୀବନସାଥୀଙ୍କ ପାଖରେ ରହିବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.