ପ୍ରେମିକାରୁ ପତ୍ନୀ ଆଉ ତାପରେ ପୀଡିତା, ନ୍ୟାୟ ପାଇଁ ୩ଦିନ ଧରି ଶାଶୂ ଘର ବାରଣ୍ଡାରେ ବସିଛନ୍ତି ନବବିବାହିତା

କଟକ : ପ୍ରେମ ବିବାହ । ତାପରେ ପ୍ରତାରଣା । ନ୍ୟାୟ ପାଇଁ ୩ଦିନ ଧରି ଶାଶୂ ଘର ବାରଣ୍ଡାରେ ବସିଛି ନବବିବାହିତା ବୋହୂ । କଟକ ଜିଲ୍ଲା ଯବକୁଦ ଫାଣ୍ଡି ରାମକୃଷ୍ଣପୁର ଗାଁରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଗାଁର ନରେନ୍ଦ୍ର ଭୋଇଙ୍କୁ ସେହି ଗାଁର ନିର୍ମଳା ପ୍ରେମ ବିବାହ କରିଥିଲେ । ବାହାଘର ପରେ ଦୁହେଁ ସାଲେପୁରରେ ଏକ ଭଡା ଘରେ ରହୁଥିଲେ । ତେବେ ନରେନ୍ଦ୍ର ତାଙ୍କ ଭଉଣୀ ବାହାଘର ଥିବା କହି ନିର୍ମଳାଙ୍କୁ ଛାଡି ଘରକୁ ଆସି ଆଉ ଫେରିନଥିଲେ । ପରେ ନିର୍ମଳା ନରେନ୍ଦ୍ରଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ କିଛି ଉତ୍ତର ମିଳିନଥିଲା। ବାଧ୍ୟ ହୋଇ ନିର୍ମଳା ତାଙ୍କ ଶାଶୂ ଘରକୁ ଯାଇଥିଲେ। ହେଲେ ଶାଶୂଘର ଲୋକେ ତାଙ୍କ ଘରେ ନପୂରାଇ ତାଲା ପକାଇଦେଇଥିଲେ । ଗିତ ୩ଦିନ ଧରି ନିର୍ମଳା ଶୀତ କାକରରେ ବାହାରେ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.