Below header

ସଲମାନ ଖାନଙ୍କ ଗୀତରେ ଡ୍ୟାନ୍ସ କରି ଭାଇରାଲ ହେଲେ ଏହି ସ୍ୱାସ୍ଥ୍ୟକର୍ମୀ, ଦେଖନ୍ତୁ ଥରେ ଭିଡିଓ

ସାରା ଦେଶରେ କରୋନାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । କେଉଁଠି ହସ୍ପିଟାଲରେ ବେଡ୍ ମିଳୁନି ଅନ୍ୟ କେଉଁଠି ଅକ୍ସିଜେନର ଅଭାବ ଦେଖାଦେଲାଣି । ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଥିବା କର୍ମଚାରୀ ଅନେକ ପରିଶ୍ରମ କରୁଛନ୍ତି । ଏହାମଧ୍ୟରେ ଅନେକ ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଆଜି ଆମେ ଆପଣଙ୍କ ନିକଟକୁ ଏମିତି ଏକ ଭାଇରାଲ ଭିଡିଓ ନେଇ ଆସିଛୁ ଯେଉଁଠି ଆପଣ ଡାକ୍ତରଙ୍କୁ ସଲମାନ ଖାନଙ୍କ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ପାଇବେ ।

ରୋଗୀଙ୍କ ମନକୁ ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ଡାକ୍ତର ଅନେକ ପ୍ରକାର ପନ୍ଥା ଅବଲମ୍ବନ କରୁଛନ୍ତି । ଏଥିମଧ୍ୟରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଠାରେ ସ୍ୱାସ୍ଥ୍ୟକର୍ମୀ ସଲମାନ ଖାନଙ୍କ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ପାଇବେ । ସଲମାନଙ୍କ ସିଟି ମାର ଗୀତର ତାଳେ ତାଳେ ସ୍ୱାସ୍ଥ୍ୟକର୍ମୀଙ୍କୁ ନାଚୁଥିବାର ଦେଖିବାକୁ ପାଇବେ । ଦେଖନ୍ତୁ ଥରେ ଏହି ଭିଡିଓ..

 

View this post on Instagram

 

A post shared by Team Disha (@teamdishap)

ଏହି ଭିଡିଓକୁ ଦିଶା ପଟାନୀଙ୍କ ଫ୍ୟାନ ପେଜ ଦ୍ୱାରା ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯାଇଛି ।ଏହି ଭିଡିଓକୁ ଅନେକ ପସନ୍ଦ ମଧ୍ୟ କରିଛନ୍ତି । କାରଣ ଏଭଳି ଘଡି ସନ୍ଧି ମୂହୁର୍ତ୍ତରେ ନିଜକୁ ଏବଂ ଅନ୍ୟ ମାନଙ୍କୁ ଖୁସି ରଖିବା ସମସ୍ତଙ୍କ ଦାୟିତ୍ୱ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.