ଭଗବାନ ଶିବଙ୍କର ବିଶେଷ କୃପା ରହିଥାଏ ଏହି ୩ଟି ରାଶି ଉପରେ, ଜାଣନ୍ତୁ

ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନ ଶିବ ନିଜ ଭକ୍ତଙ୍କ ଦ୍ୱାରା ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଭଗବାନ ଶିବଙ୍କ ଶରଣରେ ଯିଏବି ଆସନ୍ତି ସେ ତାଙ୍କର ସାନିଧ୍ୟ ପ୍ରାପ୍ତ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ରହିଛି । ଏମାନଙ୍କ ମଧ୍ୟରୁ କିଛି ରାଶି ଏମିତି ଅଛି ଯାହା ଉପରେ ଭୋଳାନାଥଙ୍କ କୃପା ବିଶେଷ ରୂପେ ରହିଥାଏ । ଚାଲନ୍ତୁ ଜାଣିବା ଆଜି ସେହି ରାଶି ସଂପର୍କରେ ।

ମେଷ ରାଶି:

ମେଷ ରାଶି ଜାତକ ଉପରେ ଭୋଳାନାଖଙ୍କର ବିଶେଷ କୃପା ରହିଥାଏ । ଜ୍ୟୋତିଷ ମାନ୍ୟତା ଅନୁଯାୟୀ ଏହି ରାଶିର ଲୋକମାନେ ଶିବଙ୍କର ଆରଧନା କରିବା ଉଚିତ । ନୟମିତ ଜଳ ଅର୍ପଣ କରିବା ଉଚିତ । ଏହାଦ୍ୱାରା ଆଶିର୍ବାଦ ପ୍ରାପ୍ତ ହୋଇଥାଏ ।

ମକର ରାଶି:

ମକର ରାଶିର ସ୍ୱାମୀ ଶନିଦେବ ହୋଇଥାନ୍ତି । ତେଣୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କ ସହ ଶନିଦେବଙ୍କ କୃପା ମଧ୍ୟ ରହିଥାଏ । ତେଣୁ ଏଥିପାଇଁ ପ୍ରତିଦିନ ଶିବଙ୍କ ସହ ଶନିଦେବଙ୍କ ପୂଜା କରିବା ଉଚିତ ।

କୁମ୍ଭ ରାଶି:

ଏହି ରାଶିର ସ୍ୱାମୀ ମଧ୍ୟ ଶନିଦେବ ଅଟନ୍ତି । ତେଣୁ ଏହି ରାଶିର ବ୍ୟକ୍ତି ମାନେ ପ୍ରତିଦିନ ଶିବଙ୍କୁ ଜଳ ଅର୍ପଣ କରିବା ସହ ଲୋକଙ୍କୁ ଶନିଦେବଙ୍କ ପୂଜା କରିବା ଉଚିତ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ରାଶିର ବ୍ୟକ୍ତିମାନେ ଦାନ ଧର୍ମ କଲେ ଅନେକ ସୁଫଳ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.