ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିଥାଏ ‘ଜଙ୍ଗଲ ଜଲେବି’, ଜାଣନ୍ତୁ ଏହାର ଔଷଧିୟ ଗୁଣ

‘ଜଙ୍ଗଲ ଜଲେବି’ ନାମ ହୁଏତ ଆପଣ ମାନେ କେବେ ଶୁଣି ନଥିବେ । କିନ୍ତୁ ଏହି ଫଳ ଯାହା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

ଏହାକୁ ‘ଜଙ୍ଗଲ ଜଲେବି’ ବା ବିଲାତି ତେନ୍ତୁଳୀ, ଗଙ୍ଗା ତେନ୍ତୁଳୀ, ମିଠା ତେନ୍ତୁଳୀ ଆଦି ନାମରେ ଜଣାଯାଏ ।ଏହା ସାଧାରଣତଃ ମେକ୍ସିକୋରୁ ଦେଖାଯାଏ । ଏବେ ଏହାକୁ ଭାରତରେ ଚାଷ କରାଯାଉଛି ।

5
pc: Dailyhunt

ଏହି ଫଳର ସ୍ୱାଦ ମିଠା ହେବା ସହ ଏହାର ବାନସ୍ପତିକ ନାମ Pithecellobium Dulce ଦିଆଯାଇଛି । ଏହି ଫଳରେ ଭିଟାମିନ ସି, ପ୍ରୋଟିନ, କାର୍ବୋହାଇଡ୍ରେଟ, କ୍ୟାଲସିୟମ, ଫସଫରସ, ଆଇରନ, ଥାୟାମିନ ଓ ରାଇବୋଫ୍ଲୋବିନ ଭଳି ଗୁଣ ରହିଥାଏ । ଯାହା ଶରୀର ପାଇଁ ଖୁବ ଉପଯୋଗୀ ହୋଇଥାଏ ।

– ଏହା ଶରୀରରେ ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିଥାଏ ।
– ମଧୁମେହ ରୋଗୀଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ ।
– ଆଖି ପାଇଁ ଏହା ବେଶ ଲାଭଦାୟକ ହୋଇଥାଏ ।
– ଏହାର ପତ୍ରର ରସ ଶରୀରରେ ଯନ୍ତ୍ରଣା କମିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.