Below header

ପବିତ୍ରା ପୁନିଆଙ୍କୁ ଦେଇଥିବା କଥା ରଖିଲେ ଏଜାଜ୍‌ ଖାନ୍‌, ବାପାଙ୍କ ସହ ଦେଖା କରାଇଲେ

ବିଗ୍‌ବସ୍‌ ୧୪ରେ ପରସ୍ପରକୁ ଭେଟିଥିବା ଏଜାଜ୍‌ ଖାନ୍‌ ଓ ପବିତ୍ରା ପୁନିଆ ଏବେ ରିଲେସନ୍‌ସିପ୍‌ରେ ଅଛନ୍ତି। ଶୋ’ରେ ହିଁ ଉଭୟେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ। ଶୋ’ରେ ଏଜାଜ୍‌ ପବିତ୍ରାଙ୍କୁ ତାଙ୍କ ବାପାଙ୍କ ସହ ଦେଖା କରାଇବେ ବୋଲି କଥା ଦେଇଥିଲେ। ଶନିବାର ଦିନ ସେ ନିଜର ଏହି କଥା ରଖିଛନ୍ତି।

ଏଜାଜ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପବିତ୍ରାକୁ ନିଜ ବାପାଙ୍କ ସହ ଦେଖା କରାଇଥିବା ବେଳର ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ଏଜାଜ୍‌ ଲେଖିଛନ୍ତି- ପାପା ସେ ତୁଝକୋ ମିଲାଉଙ୍ଗା। #khandaan #sattarkhan #eijazkhan #pavitrapuniak

 

View this post on Instagram

 

A post shared by Eijaz Khan (@eijazkhan)

ଏହି ଫଟୋରେ ଉଭୟ ଏଜାଜ୍‌ ଓ ପବିତ୍ରା ଖୁବ୍‌ ଖୁସି ନଜର ଆସିଛନ୍ତି। ଫଟୋରେ ପବିତ୍ରା ମଧ୍ୟ କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି- Blessed, ପାପା ଜଣେ ଆଇକନିକ୍‌ ପର୍ସନାଲିଟି। ଏଜାଜ୍‌ ଖାନ୍‌ ଏଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆଇ ଲଭ୍‌ ୟୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.