ବାଲେଶ୍ୱର ଡାକ୍ତରଖାନାରେ ଶେଷ ହେଲା ହାଇଦରର ପୋଷ୍ଟମର୍ଟମ,ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ

ବାଲେଶ୍ୱର(କେନ୍ୟୁଜ୍): ପୋଲିସ ଏନକାଉଣ୍ଟରରେ ମୃତ ଗ୍ୟାଙ୍ଗଷ୍ଟର ହାଇଦରର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପୋଷ୍ଟମର୍ଟମ କରାଯାଇଛି। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଆନନ୍ଦ ସେଠୀ, ଜୁଡିସିଆଲ ମାଜିଷ୍ଟ୍ରେଟ୍‌, ସ୍ୱତନ୍ତ୍ର ଡାକ୍ତରୀ ଦଳ, ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ ହୋଇଛି। ପରେ ଏକ୍ସ-ରେ ରୁମ୍‌କୁ ହାଇଦରର ମୃତଦେହକୁ କଡ଼ା ସୁରକ୍ଷା ମଧ୍ୟରେ ନିଆଯାଇଥିଲା । ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

haider2

କଟକ ଚୌଦ୍ୱାର ସର୍କଲ ଜେଲରୁ ଗତକାଲି ବାରିପଦା ଜେଲକୁ ସ୍ଥାନାନ୍ତର ହେଉଥିବାବେଳେ ସିମୁଳିଆ ନିକଟରେ ପରିସ୍ରା ଯିବା ବାହାନାରେ ଖସି ପଳାଇବାକୁ ଉଦ୍ୟମ କରିଥିଲା ହାଇଦର । ସୁରକ୍ଷାକର୍ମୀଙ୍କ ଠାରୁ ବନ୍ଧୁକ ଛଡ଼ାଇ ଛୁ ମାରିବା ବେଳେ ହାଇଦରକୁ ଏନକାଉଣ୍ଟର କରିଥିଲା ପୋଲିସ। ପୂୂର୍ବରୁ ଗତ ଏପ୍ରିଲ ୧୦ ତାରିଖରେ କଟକ ଏସସିବିରୁ ଚମ୍ପଟ ମାରିଥିଲା ହାଇଦର । ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ହାଇଦ୍ରାବାଦରୁ ବାନ୍ଧିଥିଲା କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.