ଆମ୍ବୁଲାନ୍ସକୁ ମିଳିଲା ନାହିଁ ରାସ୍ତା, ଶେଷରେ ମେଡିକାଲ କର୍ମଚାରୀଙ୍କ ଏଭଳି ଦୃଶ୍ୟ ହେଲା ଭାଇରାଲ

ଆମ ଦେଶରେ ଭିଆଇପି ମୁଭମେଣ୍ଟ ପାଇଁ ଅନେକଙ୍କ ଜୀବନ ବିପଦରେ ପଡ଼ୁଛି । ଏହାକୁ ନେଇ ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭିଆଇପି ମୁଭମେଣ୍ଟ ପାଇଁ ଫସିଲା ଆମ୍ବୁଲାନ୍ସ । ଯାହାକୁ ନେଇ ଡାକ୍ତର ଏବଂ ମେଡିକାଲ ଷ୍ଟାଫ  କିଛି  ଏମିତି କଲେ ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ହାଇଦ୍ରାବାଦର ବ୍ୟସ୍ତ ଇଲାକାରେ ରାଜ୍ୟର ଗୃହ ମନ୍ତ୍ରୀ ଏବଂ ଡିଜିପି ଯିବାର ଥିôଲା । ଏହି ସମୟରେ ଟ୍ରାଫିକ ପୋଲିସ ରାସ୍ତା କ୍ଲିୟର କରିବାରେ ଲାଗିପଡ଼ିଥିଲେ । ରାସ୍ତାକୁ ଟ୍ରାଫିକ ମୁକ୍ତ କରିବାରେ ବ୍ୟସ୍ତ ଥିବାବେଳେ ସେହି ସମୟରେ ୨ଟି ଆମ୍ବୁଲାନ୍ସ ଗାଡ଼ି ଫସି ଯାଇଥିଲା ।

ଏହି ସମୟରେ ଆମ୍ବୁଲାନ୍ସରେଥିବା ଗୁରୁତର ରୋଗୀଙ୍କ ଅବସ୍ଥା ଦେଖି ଡାକ୍ତର ଏବଂ ମେଡିକାଲ କର୍ମଚାରୀ ଟ୍ରାଫିକ ପୋଲିସ ସହ କଥା ହେବାକୁ ଗଲେ । ରୋଗୀର ସ୍ଥିତି ସମ୍ପର୍କରେ ମଧ୍ୟ କହିଲେ । କିନ୍ତୁ କାମରେ ଥିବା ଟ୍ରାଫିକ କନେଷ୍ଟବଳ ତାଙ୍କ କଥା ଶୁଣି ନଥିଲେ । ଏହାକୁ ଦେଖି ଡାକ୍ତର କର୍ମଚାରୀ ରାଗିଯାଇଥିଲେ । ଶେଷରେ ଟ୍ରାଫିକ କନେଷ୍ଟବଳକୁ ଚଟକଣି ମାରିଥିଲେ । ଏବେ ଏହାର ଭିଡ଼ିଓ ଖୁବ ଭାଇରାଲ ହୋଇଛି ।

ଶେଷରେ ଆମ୍ବୁଲାନ୍ସ ଗାଡ଼ିଟି ଭିଡ଼ ଭିତରୁ ବାହାରି ଯାଇଥିଲା । ତେବେ ଏହି ଘଟଣା ଏବେ ଚାରିଆଡେ ଖୁବ ଭାଇରାଲ ହୋଇଛି । ନେତାମନ୍ତ୍ରୀଙ୍କୁ ସୁବିଧା ଦେବା ବାହାନାରେ ରୋଗୀ ତଥା ଆମ୍ବୁଲାନ୍ସ ପ୍ରତି ଏଭଳି ପ୍ରଦର୍ଶନ ନିହାତି ଲଜ୍ଜାଜନକ ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.