Below header

ତେଲେଙ୍ଗାନାରେ ଫ୍ୟାନମାନେ ତିଆରି କଲେ ସୋନୁ ସୁଦଙ୍କ ମନ୍ଦିର, ପାରମ୍ପରିକ ପୋଷାକ ପିନ୍ଧି ଏମିତି କୃତଜ୍ଞତା ଜଣାଇଲେ ଲୋକେ

କରୋନା ମହାମାରୀ ଲକଡାଉନ ସମୟରେ ଗରିବ, ଖଟିଖିଆ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ହୋଇ ଛିଡ଼ା ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦ ଆଜି ‘ରିୟଲ ଲାଇଫ ହିରୋ’ ପାଲଟିଯାଇଛନ୍ତି। ଏବେ ତେଲେଙ୍ଗାନାରେ ତାଙ୍କ ଫ୍ୟାନମାନେ ତାଙ୍କୁ କୃତଜ୍ଞତା ଜଣାଇ ତାଙ୍କର ଏକ ମନ୍ଦିର ନିର୍ମାଣ କରିଛନ୍ତି।

sonu3

ରିପୋର୍ଟ ମୁତାବକ, ତେଲେଙ୍ଗାନାର ସିଦ୍ଦିପେଟ ଜିଲାର ଡୁବା ଟାଣ୍ଡା ଗାଁର ଲୋକମାନେ ସ୍ଥାନୀୟ ଅଧିକାରୀମାନଙ୍କ ସହାୟତାରେ ସୋନୁ ସୁଦଙ୍କୁ ସମ୍ମାନ ଜଣାଇ ଏକ ମନ୍ଦିର ତିଆରି କରିଛନ୍ତି। ଏଠାରେ ସୋନୁଙ୍କର ଏକ ବଡ଼ ମୂର୍ତ୍ତି ସ୍ଥାପନ କରାଯାଇଛି। ୨୦ ଡିସେମ୍ବରରେ ଖୋଲାଯାଇଥିବା ଏହି ମନ୍ଦିରରେ ଗ୍ରାମବାସୀ ଏବଂ ଆଖପାଖ ଅଞ୍ଚଳର ଲୋକେ ସୋନୁଙ୍କର ଆଳତି କରିଛନ୍ତି। ଏହି ସମୟରେ ମହିଳାମାନେ ପାରମ୍ପରିକ ପୋଷାକ ପିନ୍ଧି ଲୋକଗୀତ ମଧ୍ୟ ଗାଇଥିଲେ।

ତେବେ ସେପଟେ ସୋନୁ ସୁଦ ଏ ନେଇ ଏକ ଟୁଇଟ କରି ଲେଖିଛନ୍ତି, ‘ଏହି ଭଲ ପାଇବା ପାଇଁ ଧନ୍ୟବାଦ। କିନ୍ତୁ ମୁଁ ଏ ସବୁକୁ ଡିଜର୍ଭ କରୁନାହିଁ। ମୁଁ ବାସ ଜଣେ ସାଧାରଣ ଲୋକ, ଯିଏ ନିଜ ଭାଇ ଓ ଭଉଣୀଙ୍କୁ ସାହାଯ୍ୟ କରିଥାଏ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.