Below header

ହ୍ରିତିକ କିଣିଲେ ୯୭.୫୦ କୋଟି ଟଙ୍କାର ଦୁଇଟି ସି-ଫେସିଂ ଆପାର୍ଟମେଣ୍ଟ, ରହିଛି ଏହିସବୁ ସୁବିଧା

ହ୍ରିତିକ ରୋଶନ୍ ମୁମ୍ବାଇରେ ୨ଟି ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଜୁହୁ ଭର୍ସୋଭା ଲିଙ୍କ୍ ରୋଡ ସ୍ଥିତ ମନ୍ନତ ନାମକ ବିଲଡିଂରେ ଥିବା ଏହି ଦୁଇଟି ସି ଫେସିଂ ଆପାର୍ଟମେଣ୍ଟ ପାଇଁ ହ୍ରିତିକ ପାଖାପାଖି ୯୭.୫୦ କୋଟି ଟଙ୍କା ଦେଇଛନ୍ତି। ଏହି ଦୁଇଟି ଆପାର୍ଟମେଣ୍ଟରେ ଗୋଟିଏ ପେଣ୍ଟହାଉସ୍ ରହିଛି। ହ୍ରିତିକ ଦୁଇଟିକୁ ଗୋଟିଏ କରିବାର ପ୍ଲାନିଂରେ ରହିଛନ୍ତି।

ରିପୋର୍ଟ ମୁତାବକ, ହ୍ରିତିକ ଏହି ଫ୍ଲାଟ୍ ସମୀର ଭୋଜଓ୍ବାନି ନାମକ ବିଲଡରଙ୍କଠୁ କିଣିଛନ୍ତି। ସମୀର ତାଙ୍କୁ ୬୫୦୦ବର୍ଗଫୁଟର ଓପନ ଟୁ ଦ ସ୍କାଏ ଟେରେନ୍ସ,୧୦ପାର୍କିଂ ସ୍ଲଟ୍ ଏବଂ ଏକ୍ସକ୍ଳ୍ୟୁସିଭ ଲିଫ୍ଟ ର ଆପାର୍ଟମେଣ୍ଟ ଦେଇଛନ୍ତି। ହ୍ରିତିକଙ୍କ ଏହି ଡିଲ୍ କିଛି ମାସ ତଳେ ହୋଇଯାଇଥିଲା ଯାହାକୁ ନିକଟରେ ହିଁ ପେମେଣ୍ଟ ପରେ କ୍ଳୋଜ୍ କରାଯାଇଛି। ହ୍ରିତିକଙ୍କ ୨ଟି ଫ୍ଲାଟ୍ ବିଲଡିଂର ୧୫ମହଲା ଏବଂ ୧୬ମହଲାରେ ରହିଛି।

flat

ସୂଚନାଯୋଗ୍ୟ, ହ୍ରିତିକ ଖୁବ୍ ଶୀଘ୍ର ନିଜ ସୁପର ହିରୋ ଫିଲ୍ମ ଆରମ୍ଭ କରିବେ। ତାଙ୍କ ବାପା ରାକେଶ ରୋଶନ ‘କ୍ରିଶ’ ଫ୍ରାଞ୍ଚାଇଜିର ଆଗାମୀ ଫିଲ୍ମର ଆନାଉନ୍ସମେଣ୍ଟ୍ କରି ସାରିଛନ୍ତି। ଏବର୍ଷ ଆରମ୍ଭରେ ନିଜେ ହ୍ରିତିକ ମଧ୍ୟ ଏକ ଟ୍ବିଟରେ ଜାଦୁ ଫେରିବାର ସଙ୍କେତ ଦେଇ ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.