ସିନେମାହଲ ଖୋଲିବା ପରେ ପୁଣିଥରେ ବଡ ପରଦାକୁ ଆସୁଛି ୟଶଙ୍କ ସୁପରହିଟ ଫିଲ୍ମ ‘KGF’

ସାଉଥ୍ ସୁପରଷ୍ଟାର୍ ୟଶଙ୍କ ଆଗାମୀ ଚଳଚ୍ଚିତ୍ର ‘କେଜିଏଫ୍ ଚାପ୍ଟର 2’ପାଇଁ ଫ୍ୟାନମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ ଏହା ମଧ୍ୟରେ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି । ‘KGF ଚାପ୍ଟର 1’ ଥିଏଟରରେ ପୁଣିଥରେ ମୁକ୍ତିଲାଭ କରିଛି ।

ଫିଲ୍ମ ନିର୍ମାତା ରିତେଶ ସିଦ୍ଧୱାନୀ ସୋସିଆଲ ମିଡିଆରେ ଫିଲ୍ମର ରିଲିଜ ବିଷୟରେ ସୂଚନା ଦେଇଛନ୍ତି । ଫିଲ୍ମଟି PVR, Inox ଏବଂ Cinepolis ରେ ମୁକ୍ତିଲାଭ କରିଛି । ତେବେ ରିତିଶ ସିଦ୍ଧୱାନୀ ଲେଖିଛନ୍ତି ଯେ, ‘ମାସ୍କ, ଦୂରତା, ଆକ୍ସନ..’KGF ଚାପ୍ଟର 1′ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ 23 ରୁ 29 ଅକ୍ଟୋବର ମଧ୍ୟରେ ପୁଣିଥରେ ମୁକ୍ତିଲାଭ କରୁଛି ।’


ଉଲ୍ଲେଖନୀୟ କଥା ହେଉଛି, ଲକଡାଉନ୍ ପରେ ଅକ୍ଟୋବର 15ରୁ ସିନେମାହଲ ଖୋଲିଲା । ତେବେ ହଲ ଖୋଲିବା ପରେ କୌଣସି ନୂଆ ଚଳଚ୍ଚିତ୍ର ରିଲିଜ ହେଵା ପୂର୍ବରୁ ପୁରୁଣା ଚଳଚ୍ଚିତ୍ରଗୁଡ଼ିକୁ ବଡ ପରଦାରେ ରଖାଯାଉଛି । ତାନହାଜୀ: ଦ ଅନସଙ୍ଗ ୱାରିଅର୍, ଶୁଭ ମଙ୍ଗଲ ଔର ଜ୍ୟାଦା ସାବଧାନ, ମଲଙ୍ଗ, କେଦାରନାଥ, ଥାପପଡ୍ ଏବଂ ୱାର ଭଳି କିଛି ଫିଲ୍ମ ପୁଣିଥରେ ରିଲିଜ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.