କୋରାପୁଟ ସିଙ୍ଗାରାମ ଷ୍ଟେସନ ନିକଟ ରେଳ ଲାଇନ୍‌ରୁ ମିଳିଲା ବାପା, ପୁଅ ଓ ଝିଅର ମୃତଦେହ

କୋରାପୁଟ: ରେଳ ଲାଇନ୍‌ରେ ତିନି ତିନିଟି ମୃତଦେହ। ଧାରଣା ଉପରେ ପଡିଛି ବାପା, ପୁଅ ଓ ଝିଅର ମୃତଦେହ। କୋରାପୁଟ ଲକ୍ଷ୍ମୀପୁର ଥାନା ସିଙ୍ଗାରାମ ଷ୍ଟସନ ନିକଟରେ ପଡିଛି ଖଣ୍ଡବିଖଣ୍ଡିତ ଶରୀର। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପାରିବାରିକ କଳହରୁ ୩ଜଣ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଝିଅର ବୟସ ୧୨ ପୁଅର ବୟସ ୫ ବର୍ଷ। ମୃତକଙ୍କ ଘର ପୋଡାପାଡି ଗାଁରେ। ଆଜି ସକାଳେ ଗାଡି ପୂଜା ପାଇଁ ବାପା କେଶବ ସୁବୁଧି ପୁଅ ଝିଅଙ୍କୁ ନେଇ ବାହାରକୁ ଯାଇଥିଲେ। ତେବେ କିଛି ସମୟ ପରେ ୩ଜଣଙ୍କ ମୃତଦେହ ରେଳ ଧାରଣା ଉପରେ ପଡିଥିବା ଦେଖିବାକୁ ମିଳିଥିଲା। ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.