Below header

ଆସନ୍ତା ବର୍ଷ ମା’ ହେବାର ପ୍ଲାନିଂ କରୁଛନ୍ତି ଆଇଟମ୍‌ କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତ! ଖୁଲାସା କଲେ ପତିଦେବ

ବିଗବସ୍‌ ସିଜିନ୍‌ ୧୪ ରେ ସମସ୍ତଙ୍କୁ ନିଜ ଗେମ୍‌ ଦ୍ୱାରା ମନୋରଞ୍ଜନ କରୁଥିବା ରାକ୍ଷୀ ସାଓ୍ଵନ୍ତ ବାରମ୍ବାର ଚର୍ଚ୍ଚାରେ ରହିଥାନ୍ତି। ରାକ୍ଷୀଙ୍କ ଖେଳିବା ଷ୍ଟାଇଲ୍‌ ଭିନ୍ନ ହେବା ସହ ତାଙ୍କର ବ୍ୟକ୍ତିଗତ ଜୀବନ ତାଙ୍କୁ ସର୍ବଦା ଚର୍ଚ୍ଚାରେ ରଖିଥାଏ। ଅନେକ ଦିନ ଧରି ରାକ୍ଷୀ ସାଓ୍ଵନ୍ତଙ୍କ ବିବାହ ଖବର ଭାଇରାଲ ହେବାରେ ଲାଗିଛି। କୁହାଯାଇଛି ସେ ରିତେଶ ନାମକ ଜଣେ NRI ଙ୍କୁ ବିବାହ କରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାକ୍ଷୀ ତାଙ୍କ ପତିଙ୍କୁ ମିଡିଆ ସାମ୍ନାକୁ ଆଣିନାହାନ୍ତି। ରାକ୍ଷୀ ଯେବେଠାରୁ ବିଗବସ୍‌ ରେ ଯାତ୍ରା ଆରମ୍ଭ କରିଛନ୍ତି ସେବେଠାରୁ ତାଙ୍କ ପତିଙ୍କ ଚର୍ଚ୍ଚା ଆରମ୍ଭ ହୋଇଛି।

rakhi sawantଏକ ସାକ୍ଷାତକାର ମାଧ୍ୟମରେ ରାଔକ୍ଷୀଙ୍କ ପତି କହିଛନ୍ତି, ଆସନ୍ତା ବର୍ଷ ରାକ୍ଷୀ ମା’ ହୋଇପାରନ୍ତି। ବର୍ତ୍ତମାନ ସେ ପରିବାରକୁ ଆଗକୁ ବଢାଇବା ପାଇଁ ବିଚାର କରୁଛନ୍ତି। ଆସନ୍ତା ବର୍ଷ ଆମେ ବେବି ପ୍ଲାନ କରୁଛୁ ବୋଲି ମଧ୍ୟ ରାକ୍ଷୀଙ୍କ ପତି କହିଛନ୍ତି।

rakhiଅନ୍ୟପଟେ ସମ୍ପର୍କକୁ ନେଇ ରାକ୍ଷୀଙ୍କ ତାରିଫ୍‌ କରିବା ସହ କହିଛନ୍ତି, ସେ ବିଗବସ୍‌ ର ବିଜେତା ହେବା ଉଚିତ। ମୁଁ ଚାହୁଁଛି ସେ ଟ୍ରଫି ଜିତନ୍ତୁ। କାରଣ ତାଙ୍କ ପାଖରେ ଜିତିବାର କ୍ଷମତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.