ବାୟୋଟେକ ଏବଂ ଫାଇଜରର ଦାବି, କରୋନାର ନୂଆ ରୂପକୁ ହରାଇବା ପାଇଁ ସକ୍ଷମ ଭ୍ଯାକସିନ

ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଏବେ ବିଶ୍ବବାସୀ ଆତଙ୍କିତ । ଏହାର ଭ୍ୟାକସିନ୍ କିଭଳି ବାହାର କରାଯିବ ତାହାକୁ ନେଇ ବିଭିନ୍ନ ଫାର୍ମା କମ୍ପାନୀ ମତ ଦେଇଛନ୍ତି । ଏହାରି ମଧ୍ୟରେ ଜର୍ମାନୀ ଫାର୍ମା କମ୍ପାନୀ ବାୟୋଟେକ୍ ମଙ୍ଗଳବାର ଚେତାବନୀ ଦେଇ କହିଛି ଯେ, କରୋନା ଭାଇରସର ନୂଆ ମ୍ୟୁଟେସନ୍ ସଂକ୍ରାମକ ହୋଇପାରେ । ତେବେ ଫାର୍ମା କମ୍ପାନୀ ବାୟୋଟେକ୍ ଆଶ୍ବାସନା ଦେଇ କହିଛି ଯେ, ଏହାର ଭ୍ୟାକସିନ୍ ୬ ସପ୍ତାହ ମଧ୍ୟରେ ତିଆରି କରାଯାଇପାରିବ । ତେଣୁ ଲୋକ ଏହାକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ଯକତା ନାହିଁ।

ଫାର୍ମା କମ୍ପାନୀ ବାୟୋଟେକ୍ କହିଛି ତାର ଭ୍ୟାକସିନ୍ କରୋନା ଭାଇରସର ନୂଆ ଷ୍ଟ୍ରେନ୍କୁ ରୋକିବା ପାଇଁ ସକ୍ଷମ । ବାୟୋଟେକ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉଗୁର ସାହୀନ କହିଛନ୍ତି, ଭାଇରସର ନୂଆ ଷ୍ଟ୍ରେନ୍ ସହ ଲଢିବା ପାଇଁ ଭ୍ୟାକସିନ୍ ତିଆରି କରାଯାଇପାରିବ ଏବଂ ଏଥି ପାଇଁ ୬ ସପ୍ତାହ ସମୟ ଲାଗିବ ।

vaccine

ଲଣ୍ଡନ ଏବଂ ଦକ୍ଷିଣ ଇଂଲଣ୍ଡରେ ଗତ କିଛି ଦିନ ହେବ କରୋନା ଭାଇରସର ନୂଆ ରୂପ(ଷ୍ଟ୍ରେନ୍) ବ୍ୟାପିଥିବା ଜଣାପଡିଛି । ଏହା ପରେ ସାରା ବିଶ୍ବରେ ମହାମାରୀକୁ ନେଇ ଚିନ୍ତା ବଢିଯାଇଛି । ତେବେ ନୂଆ ଷ୍ଟ୍ରେନ୍ କ୍ଷତିକାରକ ବୋଲି ଜଣାପଡିନାହିଁ । ବୈଜ୍ଞାନିକମାନେ ଏହାର କାରଣ ଖୋଜିବାରେ ଲାଗିପଡିଛନ୍ତି । ବର୍ତ୍ତମାନ ଭାରତ ସମେତ ଅନେକ ଦେଶରେ ଇଂଲଣ୍ଡକୁ ବିମାନ ସେବା ବାତିଲ କରାଯାଇଛି ।

covid vaccine

CSIRର ମହାନିର୍ଦେଶକ ଡାକ୍ତର ଶେଖର ମେଣ୍ଡେ କହିଛନ୍ତି, ବିଭିନ୍ନ କମ୍ପାନୀ ଗୁଡିକର ଭ୍ୟାକସିନ୍ ଯେତିକି ବିକଶିତ ହୋଇଛି ତାହା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ସହିତ ଲଢିବା ପାଇଁ ସକ୍ଷମ ହୋଇପାରେ । ଶରୀରରେ ତିଆରି ହେଉଥିବା ଆଣ୍ଟିବଡି ଭାଇରସ ବିପକ୍ଷରେ ଲଢିବାକୁ ସକ୍ଷମ । ତେବେ ଯଦି ସମାନ ପରିମାଣର ଭ୍ୟାକସିନ୍ କାମ କରେ ତେବେ ନୂଆ ଷ୍ଟ୍ରେନ୍କୁ ମଧ୍ୟ ଅତି ସହଜରେ ମାତ ଦେଇହେବ । ସୂଚନାଯୋଗ୍ଯ, ଭାରତରେ ଏପର୍ଯ୍ଯନ୍ତ ନୂଆ ଷ୍ଟ୍ରେନର କୌଣସି ମାମଲା ଦେଖିବାକୁ ମିଳିନାହିଁ। ତେଣୁ ସାବଧାନତା ଅବଲମ୍ବନ କରି ଏଥିରୁ ମଣିଷ ବର୍ତ୍ତିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.