Below header

ମହିଳା କୈନ୍ଦ୍ରିକ ଫିଲ୍ମ କରିବାକୁ ଚାହୁଁଛନ୍ତି ଇଲିଆନା, କରୁଛନ୍ତି ଏଭଳି ଫିଲ୍ମର ସନ୍ଧାନ

ଫିଲ୍ମ ବର୍ଫି ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ଇଲିଆନା ଡିକ୍ରୁଜ। ନିକଟରେ ଇଲିଆନାଙ୍କ ଅଭିନୀତ ଫିଲ୍ମ ‘ପାଗଲପନ୍ତି’ ରିଲିଜ ହୋଇଛି। ଅନେକ ବଡ ଷ୍ଟାରଙ୍କ ସହିତ ଫିଲ୍ମ କରି ସାରିବା ପରେ ଏବେ ଇଲିଆନାଙ୍କ ଇଚ୍ଛା କିଛି ଅଲଗା ରହିଛି। ଏବେ ମହିଳା କୈନ୍ଦ୍ରିକ ଫିଲ୍ମ କରିବାକୁ ଚାହୁଁଛନ୍ତି ଇଲିଆନା। କେବଳ ଏତିକି ନୁହେଁ ଇଲିଆନା ଐତିହାସିକ ଫିଲ୍ମ ଏବଂ ବାୟୋପିକ୍‌ କରିବାକୁ ଇଚ୍ଛୁକ ରହିଛନ୍ତି । ଏବେ ଏଭଳି ଫିଲ୍ମର ସନ୍ଧାନରେ ରହିଛନ୍ତି।

ileana

ନିକଟରେ ଇଲିଆନାଙ୍କ ଏକ ଟ୍ଵିଟ୍‌କୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା। ବଲିଉଡ୍‌ର ଅଭିନେତ୍ରୀମାନେ ସଲମାନ ଖାନଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ଚାହିଁ ରହୁଥିବାବେଳେ ଇଲିଆନା ତାଙ୍କର ଦୁଇ ଦୁଇଟି ଫିଲ୍ମ ଅଫର ରିଜେକ୍ଟ କରିଦେଇଥିଲେ। ଫିଲ୍ମ ‘କିକ୍‌’ ଏବଂ ‘ଓ୍ଵାଣ୍ଟେଡ୍‌’ ପାଇଁ ସଲମାନ୍‌ ତାଙ୍କୁ ଅଫର ଦେଇଥିଲେ। କିନ୍ତୁ ସେ ମନା କରିଦେଇଥିଲେ। ପୂର୍ବରୁ ଇଲିଆନା ଅକ୍ଷୟ କୁମାର, ବରୁଣ ଧଓ୍ଵନ, ଅଜୟ ଦେବଗନ, ଜନ ଆବ୍ରାହମଙ୍କ ସହିତ ଫିଲ୍ମ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.