ବିବାହ ସମାରୋହରେ ବାଣ ଫୁଟାଇଲେ ଥାନାକୁ ବନ୍ଧା ହୋଇଯିବେ ବର, ଆଶ୍ଚର୍ଯ୍ୟ ନ ହୋଇ ପଢ଼ନ୍ତୁ ଏହି ରିପୋର୍ଟ

ଜିଲ୍ଲାରୁ ବାଣ ଏବଂ ଆତଶବାଜୀଙ୍କୁ ବନ୍ଦ କରିବାକୁ ନେଇ ଏବେ ପଯ୍ୟର୍ନ୍ତ ଲୋକମାନଙ୍କୁ ଜାଗରୁକ୍‌ କରାଯାଉଥିଲା। କିନ୍ତୁ ଏବେ ପ୍ରଶାସନ ଏହାକୁ ନେଇ କଡା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିପାଇଁ ପ୍ରଶାସନ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେତେବେଳେ ବି ଯେଉଁଠି ଏହାକୁ ନେଇ ସୂଚନା ମିଳେ ତେବେ ଏସମ୍ପର୍କରେ ସେହି ଲୋକଙ୍କୁ ତୁରନ୍ତ ଗିରଫ କରାଯିବ।

ଏହି ସର୍ମ୍ପକରେ ଲୋକମାନଙ୍କୁ ଅନେକ ଥର ସଚେତନ କରାଇବା ସତ୍ତ୍ୱେ ମଧ୍ୟ ଆତଶବାଜୀର ବ୍ୟବହାର କରୁଛନ୍ତି। ଏହାକୁ ଗମ୍ଭୀର ଭାବରେ ନେଇ ସିଟୀ ମାଜିଷ୍ଟ୍ରେଟ୍‌ ଶନିବାର ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି ଯେ ଏଭଳି ଯଦି କେହି କରନ୍ତି ତାଙ୍କୁ ଗିରଫ କରାଯିବ। ଏହାସହିତ ବିବାହରେ ଯଦି ବାଣ ଏବଂ ଆତଶବାଜୀର ବ୍ୟବହାର ହେଉଥିବା ଦେଖାଯାଏ ତେବେ ଏହି ଅଭିଯୋଗରେ ବରପାତ୍ରଙ୍କୁ ମଧ୍ୟ ଗିରଫ କରାଯାଇପାରେ।

ସେ ଏହା ମଧ୍ୟ ଜଣାଇଛନ୍ତି ଯେ ଯଦି କେହି ଏଭଳି କେହି କରୁଥିବାର ଦେଖାଯାନ୍ତି ତେବେ ସଙ୍ଗେ ସଙ୍ଗେ ଫଟୋ ନେଇ ତାଙ୍କ ବିରୁଦ୍ଧରେ କାଯ୍ୟର୍ନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି ଯେ ଏବେ ଏହିଭଳି ଘଟଣାରେ ବରକୁ ଗିରଫ କରାଯାଉନାହିଁ। ଯଦି ଲୋକ ନମାନନ୍ତି ତେବେ ଆୟୋଜକ ସହିତ ବରଙ୍କୁ ମଧ୍ୟ ଗିରଫ କରିବା କାଯ୍ୟର୍ ଆରମ୍ଭ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.