ଚୋରି ପଡ଼ିଲା ଭାରୀ, ଛାତରୁ ପଡି ଚାଲିଗଲା ଯୁବକର ଜୀବନ

ଭୁବନେଶ୍ୱର (କେନ୍ୟୁଜ୍):   ଚୋରି କରିବକୁ  ଆସି ଚାଲିଗଲା ଜୀବନ। ଘଟଣା  ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ । ପୋଲିସ ସୂଚନା ମୁତାବକ  ଗତ ୨୨ ତାରିଖରେ ନୟାପଲ୍ଲୀ ଥନାକୁ ଜଣେ କେହି ଫୋନକରି N-4 ପ୍ଲଟ ନଂ-୨୮ ନିକଟରେ ଜଣେ ଯୁବକ ଗୁରୁତର  ଅବସ୍ଥାରେ ପଡିରହିଥିବାର ଖବର ମିଳିଥିଲା । ଖବର ପାଇ ଥାନ ଅଧିକାରୀ ଘଟଣା ସ୍ଥଳରେ  ପହଞ୍ଚି ଯୁବକଙ୍କୁ ଉଦ୍ଧାରକରି କ୍ୟାପିଟାଲ  ହସ୍ପିଟଲରେ ଆଡମିଟ କରିଥିଲେ। ପରେ ସେଠାରୁ ଯୁବକଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଆଜି ସେହି ଯୁବକଙ୍କର ମୃତ୍ୟୁ ଘଟିଛି। ଯୁବକ ଜଣକୁ  ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିବା ପରେ ପରେ N-4 ପ୍ଲଟ ନଂ-୨୮ ମାଲିକ ନୟାପଲ୍ଲୀ ଥନାରେ ଏକ ଅଭିଯୋଗ କରିଥିଲେ।  ଅଭିଯୋଗରେ ଲେଖାଥିଲା ଯେ ଗୁରୁତର ହୋଇଥିବା  ଯୁବକ ଜଣକ ଏକ ଚୋର  ଓ  ସେ ଚୋରି କରିବା  ପାଇଁ ତାଙ୍କ ଛାତ  ଉପରେ  ଚଢିଥିଲେ । କେବଳ ସେ ଜଣେ ନୁହେଁ ସାଙ୍ଗରେ  ଆଉ ଦୁଇଜଣ ଯୁବକ ଥିଲେ କିନ୍ତୁ ଏହି ଯୁବକ ଜଣକ ଛାତରୁ ପଡିବା ପରେ ସେମାନେ ସେଠାରୁ ଦୌଡି ପଳାଇଥିଲେ। ପୋଲିସ ଘର ମାଲିକର  ଅଭିଯୋଗକୁ  ଭିତ୍ତି କରି ତଦନ୍ତ ଚଳାଇଲା। ପରେ  ଜାଣିବାକୁ ପାଇଲା ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାମ ହରିକୃଷ୍ଣ ମଲ୍ଲିକ ଓ ସେ ଭୁବନେଶ୍ବରର ସାଲିଆ ସାହିରେ  ରୁହନ୍ତି। ହରିକୃଷ୍ଣଙ୍କ ନାମରେ ପୂର୍ବରୁ  ଅନେକ ଛିନତାଇ କେସ ରହିଥିବାର ପୋଲିସ ଠାରୁ ସୂଚନା ମିଳିଛି।

ସେପଟେ ହରିକୃଷ୍ଣ ଙ୍କ ଘରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ । ତାଙ୍କର ଗୋଟିଏ ଭଉଣୀ ରହିଥିବା ବେଳେ ତାଙ୍କ ବାପାଙ୍କର  ଦେହାନ୍ତ ହୋଇଛି। ଏବେ ପୁଅକୁ  ହରାଇ ଘର କେମିତି ଚଳାଇବି ବୋଲି ହରିକଷ୍ଣର ମା କହିଛନ୍ତି।  ଏହା ସହିତ ତାଙ୍କ ପୁଅ କୌଣସି ଚୋରି କାମରେ ସମ୍ପୃକ୍ତ ହୋଇନଥିବା ଓ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.