Below header

ଶାସ୍ତ୍ରାନୁସାରେ ଏହିସବୁ ଗଛର କାଠରେ ଭଗବାନଙ୍କ ମୂର୍ତ୍ତି ତିଆରି କରିବାକୁ କରାଯାଇଛି ବାରଣ

ଭଗବାନଙ୍କ ମୂର୍ତ୍ତିକୁ ସୁନା, ରୂପା, ପିତ୍ତଳ, ମାଟି, କାଠ ଆଦିରେ ତିଆରି କରାଯାଏ। ହିନ୍ଦୁ ପରମ୍ପରାରେ ଏହି ନିୟମ କାହିଁ କେଉଁ ଆଦିମ କାଳରୁ ଚାଲି ଆସିଛି। ବିଭିନ୍ନ ଦେବଦେବୀଙ୍କ ଭିନ୍ନ ଭିନ୍ନ ସ୍ୱରୂପକୁ ଦେଖି ପୂଜା କରିବା ନିମନ୍ତେ ସେମାନଙ୍କ ମୂର୍ତ୍ତିକୁ ଅଧିକାଂଶ ସ୍ଥାନରେ ମାଟି କିମ୍ବା କାଠରେ ତିଆରି କରାଯାଏ। ମୃଣ୍ମୟୀ ମୂର୍ତ୍ତି ଖୁବ୍‌ ଶୀଘ୍ର ନଷ୍ଟ ହୋଇଯାଉଥିବା ବେଳେ କାଠ ମୂର୍ତ୍ତି ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଏମିତି ବି ଅନେକ ଗଛ ଅଛି ଯାହାର କାଠରେ ଠାକୁରଙ୍କ ମୂର୍ତ୍ତି ତିଆରି କରିବାକୁ ନିଷେଧ କରାଯାଇଛି। ଆସନ୍ତୁ ଜାଣିବା ସେହିଭଳି କେତେକ ବୃକ୍ଷ ସମ୍ବନ୍ଧରେ…

ଦୁର୍ବଳ ଗଛ:

ଯେଉଁ ଗଛରେ ପୋକ ଲାଗି ଯାଇଥାନ୍ତି କିମ୍ବା ଅନ୍ୟ କୀଟ ପତଙ୍ଗ ନଷ୍ଟ କରିଦେଇଥାନ୍ତି, ସେଭଳି ଗଛର କାଠକୁ ଭଗବାନଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର କରାଯାଏ ନାହିଁ। କାରଣ ଏହି ଗଛର କାଠ ଖୁବ୍‌ ଦୁର୍ବଳ ହୋଇପଡ଼ିଥାଏ। ଏଥିରେ ଭଗବାନଙ୍କ ମୂର୍ତ୍ତି ନିର୍ମାଣ କରିବା ଶାସ୍ତ୍ର ଅନୁସାରେ ବର୍ଜନ କରାଯାଇଛି।

ଶ୍ମଶାନରେ ଲାଗିଥିବା ବୃକ୍ଷ:

ଶ୍ମଶାନ କିମ୍ବା ଏହା ଆଖପାଖ ଅଞ୍ଚଳରେ ଲାଗିଥିବା ଗଛରେ ଭଗବାନଙ୍କ ମୂର୍ତ୍ତି ନିର୍ମାଣ କରିବା ଉଚିତ୍‌ ନୁହେଁ। ଏହି ଅଞ୍ଚଳକୁ ସାଧାରଣତଃ ଅଶୌଚ ବିଚାର କରାଯାଏ। ଏଣୁ ମଶାଣି ନିକଟବର୍ତ୍ତୀ ଅଞ୍ଚଳର ଗଛରେ ମଧ୍ୟ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଏ ନାହିଁ।

ଏହାସହ ପଢନ୍ତୁ: ଭାରତର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା କେତେ ଜାଣିଛନ୍ତି କି? ଜାଣନ୍ତୁ କିଏ ପାଉଛନ୍ତି କେତେ

ପୁତ୍ରକ ବୃକ୍ଷ:

କୌଣସି ବ୍ୟକ୍ତିର ପୁତ୍ର ସନ୍ତାନ ନଥିଲେ ସେ ଗଛଟିଏ ଲଗାଇ ତାକୁ ନିଜ ସନ୍ତାନ ଭବେ ଯତ୍ନ ନେଇଥାଏ। ଏହି ବୃକ୍ଷକୁ ପୁତ୍ରକ ବୃକ୍ଷ କୁହାଯାଏ। ଶାସ୍ତ୍ର ଅନୁସାରେ ଏହି ବୃକ୍ଷର ଶାଖାର ଉପଯୋଗ ମୂର୍ତ୍ତି ଭାବେ କରିବା ଉଚିତ୍‌ ନୁହେଁ।

ଶୁଷ୍କ ବୃକ୍ଷ:

ଯେଉଁବୃକ୍ଷର ଉପର ଅଂଶ ଶୁଖିଯାଇଥାଏ ଓ ଶାଖାପ୍ରଶାଖା ଦୁର୍ବଳ ହୋଇଯାଇଥାଏ ସେହି ଗଛରେ ଭଗବାନଙ୍କ ମୂର୍ତ୍ତି ବନାଇବା ଅନୁଚିତ। ସେହିଭଳି ପଶୁପକ୍ଷୀ ବାସ କରୁଥିବା ବୃକ୍ଷରେ ମଧ୍ୟ ଭଗବାନଙ୍କ ମୂର୍ତ୍ତି ତିଆରି କରିବାକୁ ବାରଣ କରାଯାଇଛି। କାରଣ ଏହି ବୃକ୍ଷ ଦୂଷିତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.