ଦେଶରେ ଶସ୍ତା ହୋଇପାରେ ବିଜୁଳି ! ଏବେ ଗ୍ରାହକଙ୍କୁ ମିଳିବ ବଡ ଆଶ୍ୱସ୍ତି

ଆପଣଙ୍କ ବିଜୁଳି ବିଲ୍‌ ଶୀଘ୍ର କମ୍‌ ହେବାକୁ ଯାଉଛି। ୧ ଅଗଷ୍ଟରୁ ବିଜୁଳି କ୍ରୟକୁ ନେଇ ଯେଉଁ ନୂଆ ନିୟମ ଲାଗୁ ହୋଇଛି ତାହାଦ୍ୱାରା ବିଜୁଳି ଉତ୍ପାଦନକାରୀଙ୍କର ଭାଉ କମିଯାଇଛି। ଏଥିପାଇଁ ବିଜୁଳି ଦାମ କମ୍‌ ହେବାର ଆଶଙ୍କା କରାଯାଉଛି। ଏମିତି ହେଲେ ପ୍ରତ୍ୟେକ ମାସ ବିଜୁଳି ବିଲ କୁ ନେଇ କମ୍‌ ଖର୍ଚ୍ଚ ହେବ।

ସୂଚନା ଅନୁଯାୟୀ ଏହି ପୂରା ମାମଲା ଶକ୍ତି ମନ୍ତ୍ରୀ ସମସ୍ତ ରେଗୁଲେଟର୍ସଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେ କହିଛନ୍ତି ଏହାଦ୍ୱାରା ବିଜୁଳି ବିଲ କମ୍‌ ଆସିବ ଏବଂ ଏହାର ଫାଇଦା କନଜ୍ୟୁମର ମଧ୍ୟ ପାଇବେ।

ଏମିତି ହେଲେ ଗ୍ରାହକ ପ୍ରତି ମାସ ୧୦୦ ୟୁନିଟ୍‌ ପିଛା ୧୦ ଟଙ୍କା ସଞ୍ଚୟ କରିପାରିବେ। ନୂଆ ନିୟମ ଅନୁଯାୟୀ ଏବେ ଡିସକମରେ ବିଜୁଳି କିଣିବାକୁ ହେଲେ ଆଡଭାନ୍ସ ପେମେଣ୍ଟ କରିବାକୁ ହେବ। ବର୍ତ୍ତମାନ ଆଡଭାନ୍ସ ପେମେଣ୍ଟ କରିବା କିମ୍ବା ଲେଟର ଅଫ୍‌ କ୍ରେଡିଟ୍‌ ଦେବା ପରେ ହିଁ ପାଓ୍ଵାର ଜେନେରେସନ୍‌ କମ୍ପାନୀ ବିଦ୍ୟୁତ ସଂଯୋଗ କରିଥାନ୍ତି।

-ଏଣିକି ଆଡଭାନ୍ସ ପେମେଣ୍ଟ କାରିବା ଦ୍ୱାରା ପାଓ୍ଵାର ଜେନେରେସନ୍‌ କମ୍ପାନୀର ଓ୍ଵାକିଂ କ୍ୟାପିଟାଲର ଆବଶ୍ୟକତା କମ୍‌ ହେବ। ଜେନେରେସନ୍‌ କମ୍ପାନୀକୁ ଓ୍ଵାର୍କିଂ କ୍ୟାପିଟାଲରେ ୪୦୦୦-୪୫୦୦ କୋଟି ଟଙ୍କା ସଞ୍ଚୟ ହେବାର ଆଶା କରାଯାଉଛି।

-ପିପିଏ ନିୟମ ଅନୁଯାୟୀ ଡିସକମକୁ ପେମେଣ୍ଟ କରିବା ପାଇଁ ୪୫ ଦିନର ସମୟ ମିଳିଥାଏ।

ନୂଆ ନିୟମ ପରେ କମ୍‌ ବିଜୁଳି ବିଲ୍‌ ଆସିବ। ଶକ୍ତି ମନ୍ତ୍ରୀ ଏଥିପାଇଁ ସମସ୍ତ ରେଗୁଲେଟର୍ସକୁ ଚିଠି ଲେଖି ବିଜୁଳି ବିଲ୍‌ କମ୍‌ କରିବା ପାଇଁ କହିଛନ୍ତି। ବିଜୁଳି ବିଲ୍‌ କମ୍‌ ହେଲେ ଏହାର ଫାଇଦା କନଜ୍ୟୁମରଙ୍କୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.