Toyotaର Fortuner ଏବଂ Innova Crysta ହୋଇପାରେ ମହଙ୍ଗା କାରଣ ମିଳିବାକୁ ଯାଉଛି BS-6 ଅପଗ୍ରେଡ

ଜାପାନର ପ୍ରସିଦ୍ଧ କମ୍ପାନୀ Toyota, Fortuner ଏବଂ Innovaରେ BS-6 ଭର୍ସନ ଲଞ୍ଚ କରିବାକୁ ଯାଉଛି । ଏହି ଗାଡି ଗୁଡିକୁ BS-6ର ଅପଡେଟ ମିଳିବା ପରେ ଏମାନଙ୍କର ଦାମ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ଘଟିପାରେ । ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହାର ଦାମରେ ୩ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରେ । ତାହେଲେ ଆସନ୍ତୁ ଜାଣିବା ଏହାର ଫିଚର୍ସ ଏବଂ ଦାମ ବିଷୟରେ ।

Toyota Fortuner

Image result for toyota fortuner

Toyota Fortunerର ଡିଜେଲ ଏବଂ ପେଟ୍ରୋଲ ଇଂଜିନ ଏସୟୁଭି କାର ବଜାରରେ ଉପଲବ୍ଧ । Fortunerରେ 2755cc ର ଡିଜେଲ ଏବଂ 2694ccର ପେଟ୍ରୋଲ ଇଂଜିନ ଦିଆଯାଇଛି । ଯାହାକି 1600-2400ଆରପିଏମରେ 450 NM ଟର୍କ ଦେଇଥାଏ । ଏହାର ମାଇଲେଜ 10.01ଠୁ ନେଇ 15.04 ପ୍ରତିଲିଟର ଅଟେ ଓ ଏହାର ପ୍ରାରମ୍ଭିକ ଦର ୨୯ ଲକ୍ଷ ଟଙ୍କା ରହିଛି ।

ଏହାସହ ପଢନ୍ତୁ ମାଗଣାରେ ଘରକୁ ଆଣନ୍ତୁ Crayon Envy ଇଲେକଟ୍ରିକ୍‌ ସ୍କୁଟର ! ଦମଦାର ଫିଚର୍ସ ସହିତ ରହିଛି ଆକର୍ଷଣୀୟ ଲୁକ୍‌

Toyota Innova

Related image

Toyota Innova କାରର ଆଶା ରଖୁଥିବା ଲୋକ ମଧ୍ୟ କିଛି କମ ନାହାଁନ୍ତି । ନେତାମାନଙ୍କଠୁ ନେଇ ବିଜେନେସମ୍ୟାନ ପର୍ଯ୍ୟନ୍ତ ଏହି କାରକୁ ବହୁତ ପସନ୍ଦ କରିଥାନ୍ତି । ଇନୋଭା କାରରେ 2494ccର ଡିଜେଲ ଏବଂ 1998ccର ପେଟ୍ରୋଲ ଇଂଜିନ ଦିଆଯାଇଛି । ଏହାର ମାଇଲେଜ 11.4 ଠୁ ନେଇ 12.99 କିଲୋମିଟର ପ୍ରତି ଲିଟର ରହିଛି । ଇନୋଭା seven seater MPV କାର ଅଟେ ।

ସୂଚନା ଅନୁଯାୟୀ ନିକଟରେ କିଛି କମ୍ପାନୀ ନିଜ କାରଗୁଡିକରେ ମଧ୍ୟ BS-6 ଇଂଜିନ ବଦଳାଇବା ଆରମ୍ଭ କରିଦେଇଛନ୍ତି । BS-6ର ଅପଡେଟ ମିଳିବା ପରେ ଏହି ଗାଡି ଗୁଡିକର ଦାମରେ ମଧ୍ୟ ଵୃଦ୍ଧି ଘଟିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.