Below header

‘ଜମ୍ବି ଆଞ୍ଜେଲିନା ଜୋଲି’ଙ୍କୁ ୧୦ ବର୍ଷ ଆଜୀବନ କାରାଦଣ୍ଡ, ଜାଣନ୍ତୁ କାହିଁକି

ହଲିଉଡ୍ ଷ୍ଟାର ଆଞ୍ଜେଲିନା ଜୋଲିଙ୍କୁ ‘ଜମ୍ବି’ ବା ‘ଭୂତ’ କହୁଥିବା ଇରାନର ଇନଷ୍ଟାଗ୍ରାମ ଷ୍ଟାର ଫତେମାହ ଶିଖବଂଦ ଓରଫ ସହର ତବରଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି। ତବରଙ୍କ ବିରୋଧରେ ଈଶ୍ବରନିନ୍ଦା ଏବଂ ୟୁଥ୍ ମାନଙ୍କୁ ଭ୍ରମିତ କରିବା ସହିତ ଅନୁଚିତ୍ ଉପାୟରେ ଟଙ୍କା ରୋଜଗାର କରିବା ଏବଂ ଦୁର୍ନୀତି ପାଇଁ ପ୍ରୋତ୍ସାହିତ କରିବା ଭଳି ଅଭିଯୋଗ ହୋଇଛି।

୧୯ ବର୍ଷୀୟା ତବର ସୋସିଆଲ ମିଡିଆରେ ଫେମସ୍ ହୋଇଗଲେ ଯେତେବେଳେ ସେ ଆଞ୍ଜେଲିନା ଜୋଲିଙ୍କ ଜମ୍ବି ଭର୍ସନକୁ ନିଜ ଫଟୋ ସହିତ ସେୟାର କରିଥିଲେ। ତବର ପ୍ଲାଷ୍ଟିକ୍ ସର୍ଜରି ମାଧ୍ୟମରେ ନିଜ ମୁହଁ ଫଟୋର ଏକ ସିରିଜ ପୋଷ୍ଟ୍ କରିବା ପରେ ଇନଷ୍ଟାଗ୍ରାମରେ ଲୋକପ୍ରିୟ ହୋଇଥିଲେ। ପ୍ରସିଦ୍ଧ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ଭଳି ଦେଖାଯିବା ପାଇଁ ନିଜର ଅନେକ ପ୍ଲାଷ୍ଟିକ୍ ସର୍ଜରି କରିଥିଲେ।

ତବର କସମେଟିକ୍ ସର୍ଜରି କରି ନିଜ ଚେହେରା ବଦଳାଇ ଦେଇଥିଲେ। ତାଙ୍କ ମୁହଁ ଆଞ୍ଜେଲିନା ଜୋଲିଙ୍କ ଭଳି ମିଶିଥାଏ କିନ୍ତୁ ଏବେ ତାଙ୍କ ମୁହଁ ଅତ୍ୟଧିକ ଭୟାନକ ଦେଖାଯାଉଛି। ଏହି ଫଟୋକୁ ‘ଜମ୍ବି ଆଞ୍ଜେଲିନା ଜୋଲି’ ଭାବେ ଡବ୍ କରାଯାଇଥିଲା। ସେ ଇନଷ୍ଟାଗ୍ରାମରେ ସବୁବେଳେ ସକ୍ରିୟ ଥାଆନ୍ତି। ଏବର୍ଷ ଅକ୍ଟୋବର ମାସରେ ତାଙ୍କୁ ସୋସିଆଲ୍ ମିଡିଆରେ ନିଜ ପୋଷ୍ଟ ପାଇଁ ଗିରଫ କରାଯାଇଥିଲା। ତାଙ୍କ ଓକିଲ କହିଥିଲେ ଯେ ତାଙ୍କୁ ଏବେ ୧୦ବର୍ଷର ଜେଲ୍ ଦଣ୍ଡ ଶୁଣାଯାଇଛି।

୧୯ ବର୍ଷ ତବରଙ୍କୁ ତାଙ୍କ ମଜାକ ପାଇଁ ଜେଲରେ ଭର୍ତ୍ତି ହେବାକୁ ପଡ଼ିଛି । ତାଙ୍କ ମା’ ନିଜର କୋମଳମତି ଝିଅକୁ ଜେଲରୁ ମୁକ୍ତ କରିବା ପାଇଁ ଦିନ ରାତି କାନ୍ଦୁଛନ୍ତି। ଲୋକମାନେ ତ ଆଞ୍ଜେଲିନା ଜୋଲିଙ୍କୁ ଜେଲରୁ ମୁକୁଳାଇବା ପାଇଁ ନିବେଦନ କରିଛନ୍ତି। ସହର ତବର,ଜୋଲିଙ୍କ ଭଳି ଦେଖାଯିବା ପାଇଁ ୫୦ପ୍ଲାଷ୍ଟିକ୍ ସର୍ଜରୀ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.