Below header

କ୍ୟାଟ୍ରିନାଙ୍କ କରୋନା ଭୟ: ଜିମ ନ ଯାଇ ଘରେ ଏମିତି କରୁଛନ୍ତି ଏକ୍ସରସାଇଜ

କରୋନାଭାଇରସ କାରଣରୁ ପୁରା ବଲିଉଡ ବନ୍ଦ ହୋଇ ସାରିଲାଣି । ସେଲିବ୍ରିଟି ମାନେ ଘର ଭିତରେ ବନ୍ଦୀ ହୋଇ ଯାଇଛନ୍ତି । ଏହା କାରଣରୁ ବଲିଉଡ ସିଟିର ସମସ୍ତ ଜିମ ବି ବନ୍ଦ ହୋଇସାରିଥିବା ବେଳେ ଷ୍ଟାର ମାନେ ବି ଏହାର ବିକଳ୍ପ ବାଛି ସାରିଲେଣି । ବଲିଉଡ ଜଗତର ଅନ୍ୟତମ ସୁନ୍ଦରୀ କ୍ୟାଟ୍ରିନା କେଫ ନିଜ ଘର ଛାତ ଉପରେ ହିଁ ବ୍ୟାୟାମ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । କୌଣସି ପରିସ୍ଥିତିରେ ବି ସେ ନିଜ ବ୍ୟାୟାମ ନିୟମକୁ ଛାଡିବାକୁ ରାଜି ନୁହଁନ୍ତି । କ୍ୟାଟ୍ରିନାଙ୍କ ଏକ୍ସରସାଇଜର ଏହି ଭିଡିଓଟି ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ଖୁବ ଭାଇରାଲ ହେବାରେ ଲାଗିଛି ।

 

 

ନିଜର ଏହି ଭିଡିଓ ସହ କ୍ୟାଟ୍ରିନା ଲେଖିଛନ୍ତିକି ଜିମ ନଯାଇପାରିବାରୁ ଘର ଭିତରର work out ଭିଡିଓ ଟିକୁ ମୁଁ ସମସ୍ତଙ୍କ ସହ ସେୟାର କରୁଛି । ସେ ଏହା ସହ ସେ ଲେଖିଛନ୍ତିକି, ଘରେ ବି ଆପଣ ନିଜ ଏକ୍ସରସାଇଜ କରି ପାରିବେ । କ୍ୟାଟ୍ରିନାଙ୍କ ଏହି ଭିଡିଓ ଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ରୁ ଅଧିକ ଜଣ ଦେଖିସାରିଲେଣି । ଏହି ନିକଟରେ ହିଁ କ୍ୟାଟ୍ରିନାଙ୍କ ଅଭିନୀତ ଏକ ଫିଲ୍ମ ‘ଭାରତ’ ରିଲିଜ ହୋଇଥିଲା । ଆଗାମୀ ଫିଲ୍ମରେ କ୍ୟାଟ୍ରିନା ଅକ୍ଷୟ କୁମାରଙ୍କ ସହ ‘ସୂର୍ଯ୍ୟବଂଶୀ’ ସିନେମାରେ ନଜର ଆସିବେ । ଫିଲ୍ମର ରିଲିଜକୁ କରୋନା ଭାଇରସ କାରଣରୁ ହିଁ କିଛି ଦିନ ପାଇଁ ଅଟକ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.