Below header

ଏହି ସାଉଥ ଅଭିନେତ୍ରୀଙ୍କୁ ଧମକାଇ କରୁଥିଲେ ବ୍ଲାକମେଲ, ଏବେ ପୋଲିସ ହାତରେ ଧରାପଡିଲେ

ସାଉଥ ଅଭିନେତ୍ରୀ ଶାମନା କାସିମଙ୍କୁ ଅନେକ ଦିନରୁ ଧମକ ମିଳିବା ସହିତ ବ୍ଲାକମେଲ ହେଉଥିବା ନେଇ ଶାମନାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। ଖବର ମୁତାବକ, ମାରଡୁ ପୋଲିସ ଥାନାରେ ଅଭିଯୋଗ ହେବା ପରେ ମାମଲାର ତଦନ୍ତ ହୋଇ କେରଳ ପୋଲିସ ୪ ଜଣକୁ ଗିରଫ କରିଛି।

kasmi

ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଏହି ମାମଲାରେ ୪ ଜଣ ଲୋକଙ୍କ ଗିରଫ କରାଯାଇ ବିଚାରବିଭାଗ ହାଜତକୁ ପଠାଇଦିଆଯାଇଛି। ୨୦୦୭ରେ ଫିଲ୍ମରେ କ୍ୟାରିଅର କରିଥିଲେ ଶାମନା। ଶାମନା ମାଲାୟଲମ, ତାମିଲ ଓ ତେଲୁଗୁ ଫିଲ୍ମରେ କାମ କରିସାରିଛନ୍ତି। ଶାମନା କାସିମଙ୍କ ଅଭିଯୋଗ ଅନୁଯାୟୀ, ଆରୋପୀମାନେ ତାଙ୍କର ଅନେକ ଭିଡିଓ ଲିକ କରିବାକୁ ମଧ୍ୟ ଦମକ ଦେଇଥିଲେ। ଥାନାରେ ମାମଲା ହେବା ପରେ ପୋଲିସ ଆରୋପୀଙ୍କ ଫୋନର କଲ୍‌କୁ ଟ୍ରେସ କରି ସେମାନଙ୍କୁ ଗିରଫ କରିଛି।

ଏକ ମାଲାୟଲମ ଚ୍ୟାନେଲକୁ ସାକ୍ଷାତକାରରେ କହିଥିଲେ, ‘ ମୁଁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମୋ ବାପାଙ୍କୁ କହିଥିଲି। କାରଣ ଆଗକୁ କେହି ଏମିତି ଜାଲରେ ନ ଫସୁ ସେଥିପାଇଁ ଏପରି କରିଥିଲି ’। ପୋଲିସ କହିବାମୁତାବକ, ଏମାନେ ଏକ ଗ୍ୟାଙ୍ଗ। ଯେଉଁମାନେ ଏମିତି ଲୋକମାନଙ୍କୁ ଫସାଇ ପଇସା ମାଗିଥାନ୍ତି। କିନ୍ତୁ ଏହି ଅଭିନେତ୍ରୀଙ୍କ ଅଭିଯୋଗ ପରେ ସେମାନଙ୍କ ପଣ୍ଡ ଉଦ୍ୟମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.