ବେଡ୍‌ରୁମ୍‌ ଲାଇଫ୍‌କୁ ଅଧିକ ଆନନ୍ଦଦାୟକ କରିବାକୁ ଚାହୁଁଥିଲେ, ଆଜି ହିଁ ଛାଡ଼ନ୍ତୁ ଏହି ସବୁ ଜିନିଷ

ସୁସ୍ଥ ସେକ୍ସ ଲାଇଫ୍‌ର ସିଧାସଳଖ ସମ୍ପର୍କ ସ୍ୱାସ୍ଥ୍ୟ ସହ ରହିଛି। ଯାହାର ସେକ୍ସ ଲାଇଫ୍‌ ଯେତେ ଭଲ ତା’ର ଜୀବନ ମଧ୍ୟ ସେତେ ସୁଖୀ ହୋଇଥାଏ। କାରଣ ଶାରୀରିକ ସମ୍ବନ୍ଧର ସମ୍ପର୍କ ଆମ ଜୀବନ ଉପରେ ମଧ୍ୟ ପଡ଼େ। ଖାସ୍‌ କରି ମନକୁ ପ୍ରଫୁଲ୍ଲିତ ତଥା ଚିନ୍ତାମୁକ୍ତ ରଖିବାରେ ଏହା ସାହାଯ୍ୟ କରେ। କିନ୍ତୁ ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ ଯୋଗୁ ଲୋକଙ୍କ ବେଡରୁମ୍‌ ଲାଇଫ୍‌ ପ୍ରଭାବିତ ହେଉଛି।

ବର୍ତ୍ତମାନ ପ୍ରାୟ ୫୦ ପ୍ରତିଶତ ଲୋକଙ୍କ ଜୀବନରେ ଏହି ସମସ୍ୟା ଦେଖାଦେଉଛି। ଫଳରେ ସେମାନଙ୍କ ଯୌନ ଇଚ୍ଛା ହ୍ରାସ ପାଉଛି। ତେବେ ଆସନ୍ତୁ ଜାଣିବା ଜୀବନ ଶୈଳୀରେ କି କି ପରିବର୍ତ୍ତନ କରି ଆପଣ ନିଜ ବେଡ୍‌ରୁମ୍‌ ଲାଇଫ୍‌କୁ ଅଧିକ ଉପଭୋଗ୍ୟ କରିପାରିବେ…

6 Urologist-Approved Tips for a Healthy Sex Life on drmasel.com

ଖାଦ୍ୟପେୟ:

ଯଦି ଆପଣ ସୁସ୍ଥ ରହିବେ ତେବେ ସେକ୍ସ ଲାଇଫ୍‌ ବି ଭଲ ରହିବ। ଏଣୁ ଭୋଜନରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱଯୁକ୍ତ ଆହାର ଗ୍ରହଣ କରନ୍ତୁ। ଖାଦ୍ୟରେ ପ୍ରୋଟିନ୍‌, ଫାଇବର, ଓମେଗା-୩, ଫ୍ୟାଟି ଏସିଡ୍‌, ଭିଟାମିନ୍‌ ଓ ମିନେରାଲ ଯୁକ୍ତ ଖାଦ୍ୟ ଖାଆନ୍ତୁ।

ଓଜନ ନିୟନ୍ତ୍ରଣ କରନ୍ତୁ:

AZ Medical Weight Control - Up To 85% Off | Groupon

ହେଲଦି ସେକ୍ସ ଲାଇଫ୍‌ ପାଇଁ ଓଜନକୁ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ। ଏଥିପାଇଁ ପ୍ରତିଦିନ ବ୍ୟାୟାମ କରନ୍ତୁ। ଫଳରେ ମେଦ କମିବା ସହ ହାଇପରଟେନ୍ସନ୍‌, ଡାଇବେଟିସ୍‌ ଓ ଅନ୍ୟ ରୋଗରୁ ମୁକ୍ତି ମିଳିଥାଏ।

କଥାବାର୍ତ୍ତା ଜାରି ରଖନ୍ତୁ:

ସୁସ୍ଥ ବେଡରୁମ୍‌ ଲାଇଫ୍‌ ପାଇଁ ପାର୍ଟନରଙ୍କ ସହ କଥାବାର୍ତ୍ତା କରନ୍ତୁ। ତାଙ୍କୁ ସମ୍ବନ୍ଧ ବେଳେ କ’ଣ ପସନ୍ଦ ନାପସନ୍ଦ ପଚାରନ୍ତୁ। ଏହା ଦ୍ୱାରା ଉଭୟଙ୍କ ମଧ୍ୟରେ ଭଲ ବଣ୍ଡିଂ ରହିବ।

मधुर-जोड़ी-1.jpg

ମଦ ଓ ଧୂମପାନ ଛାଡ଼ନ୍ତୁ:

ରିସର୍ଚ୍ଚ ମୁତାବକ ନିୟମିତ ମଦ ଓ ଧୂମପାନ କରୁଥିବା ଲୋକଙ୍କ ସେକ୍ସ ଲାଇଫ୍‌ ସାଧାରଣ ଲୋକଙ୍କ ତୁଳନାରେ କମ୍‌ ଆନନ୍ଦଦାୟକ ହୋଇଥାଏ। କାରଣ ଆଲକହଲ ପିଇବା ପରେ ମସ୍ତିଷ୍କ ଉପରେ ନିୟନ୍ତ୍ରଣ କମ୍‌ ହୋଇଯାଏ। ଫଳରେ ବ୍ୟକ୍ତି ସେକ୍ସ ଜୀବନକୁ ଭଲ ଭାବେ ଏନ୍‌ଜୟ କରିପାରନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.