ଲାମ୍ବୋରଗିନି କାରରେ ହେଉଛି ଆମ୍ବ ଡେଲିଭରୀ ଏବଂ ମାଗଣାରେ ମିଳୁଛି ବୁଲିବାର ସୁଯୋଗ

ଆମ୍ବକୁ ଫଳ ରାଜା ଭାବେ ଜଣାଯାଏ। ତେଣୁ ଏହାକୁ ରାଜା ଭଳି ଟ୍ରିଟ୍‌ମେଣ୍ଟ ମଧ୍ୟ ମିଳିବା ଉଚିତ ନା ? ଆପଣ ଭାବୁଥିବେ ଆମେ କାଇଁ ଏମିତି ପଚାରୁଛୁ। କିନ୍ତୁ କେବେ ଶୁଣିଛନ୍ତି, ବିଶ୍ୱର ଅନ୍ୟତମ ବିଳାସମୟ କାର୍ ଲାମ୍ବୋରଗିନିରେ ଆମ୍ବର ହୋମ୍ ଡେଲିଭରି ବିଷୟରେ ? ଦୁବାଇରେ ଏମିତି ଘଟଣା ଦେଖିବାକୁ ମିଳିଛି।

mangoes

ରିପୋର୍ଟ ମୁତାବକ, ଦୁବାଇ ସ୍ଥିତ ପାକିସ୍ତାନ ସୁପର ମାର୍କେଟ୍ ଶୃଙ୍ଖଳାର ପ୍ରବନ୍ଧନ ନିର୍ଦ୍ଦେଶକ ମହମ୍ମଦ ଜେହାନ୍ଜେବ ଏପରି କରୁଛନ୍ତି । ନିଜ ସବୁଜ ରଙ୍ଗର ଲାମ୍ବୋରଗିନିରେ ସେ ଲୋକଙ୍କ ପାଖରେ ଆମ୍ବ ପହଞ୍ଚାଉଛନ୍ତି । ଲାମ୍ବୋରଗିନି କାରରେ ଲୋକଙ୍କ ଘରେ ଆମ୍ବ ପହଞ୍ଚାଇବା ସହିତ ଏଥିରେ ବସି ମାଗଣାରେ ବୁଲିବାର ସୁବିଧା ମଧ୍ୟ ମିଳୁଛି ।

Mango-Lamborghini-1

ପାକିସ୍ତାନ ସୁପର ମାର୍କେଟରେ ଏହି ପୋଷ୍ଟରେ ଏକ ଲାମ୍ବୋରଗିନି କାରର ଫଟୋ ଦେଖିବାକୁ ମିଳିଛି, ଯାହାକୁ ଉକ୍ତ ସୁପର ମାର୍କେଟ୍ ବାହାରେ ରଖାଯାଇଛି । ‘ଆମ ନୂଆ ଯୋଗାଣକାରୀ ବାହନ । ଆଗାମୀ ଅର୍ଡରରେ ‘ଲାମ୍ବୋରଗିନି ଡେଲିଭରୀ’କୁ ଚୟନ କରନ୍ତୁ । ଗ୍ରାହକ ମାଗଣାରେ ଲାମ୍ବୋରଗିନିରେ ବସି ଆଖପାଖ ସ୍ଥାନ ବୁଲିବେ’ ବୋଲି ଫଟୋ ସହିତ କ୍ୟାପ୍ସନ ଦିଆଯାଇଛି ।

ସ୍ପେଶାଲ ଆମ୍ବ ଯୋଗାଣ ଓ ମାଗଣାରେ ବୁଲାବୁଲି ପାଇଁ ଗ୍ରାହକଙ୍କୁ ଅତିକମ୍ରେ ୨,୦୫୯ ଟଙ୍କା ଦେବାକୁ ପଡ଼ିବ । ଖବରଟି ଭାଇରାଲ୍ ହେବା ପରେ ଅନେକ ଲୋକ ପାକିସ୍ତାନ ସୁପର୍ ମାର୍କେଟ୍ରୁ ଆମ୍ବ ଅର୍ଡର କରୁଛନ୍ତି ଏବଂ ମାଗଣାରେ ଏହି କାରରେ ବସି ଆଖପାଖ ବୁଲିବାର ସୁଯୋଗ ପାଉଛନ୍ତି । ସୁପରମାର୍କେଟର ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.