Below header

ଘୋଡ଼ା ରକ୍ତରୁ ପ୍ରସ୍ତୁତ ହେବ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡି

ଘୋଡ଼ା ରକ୍ତରୁ ପ୍ରସ୍ତୁତ ହେବ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡି। ସାର୍ସ- କୋଭ-୨ ଭାଇରସକୁ ପ୍ରତିରୋଧ କରିବା ପାଇଁ ଆଣ୍ଟିବଡି ପ୍ରସ୍ତୁତ ବିକାଶରେ ହାତ ମିଳେଇଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଓ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ଆଇସିଏମଆର । କହିରଖିବା ଉଚିତ ହେବକି, ଭୁତାଣୁକୁ ଦମନ କରିବା ପାଇଁ ପ୍ରତିରୋଧ ଶକ୍ତି ବ୍ଲଡ ସେରମରୁ ମିଳିଥାଏ । ଏହାରୁ ଇଂଜେକ୍‌ସନ ମାଧ୍ୟମରେ ଶରୀରକୁ ଦିଆଯାଇଥାଏ। ସାପ କାମୁଡାରେ ଯେଭଳି ସାପ ବିଷରୁ ପ୍ରସ୍ତୁତ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ, କରୋନା ଭୂତାଣୁକୁ ପ୍ରତିରୋଧ କରିବାକୁ ଘୋଡ଼ା ରକ୍ତରୁ ମିଳିଥାଏ ଏହି ଆଣ୍ଟିବଡ଼ି । ଏନେଇ ଭାକ୍‌ସିନ ନିର୍ମାଣକାରୀଙ୍କ ଠାରୁ ପ୍ରସ୍ତାବ ମଧ୍ୟ ମାଗିଥିଲା ଆଇସିଏମଆର। ଏହା ସଫଳ ହେଲେ ଆଣ୍ଟିବଡି ନିର୍ମାଣକାରୀ କଂପାନୀକୁ ନନ୍‌ ଏକ୍‌ସକ୍ଲ୍ୟୁସିଭ ଲାଇସେନ୍‌ସ ସହ ବିକ୍ରିରେ ୫ ପ୍ରତିଶତ ରୟାଲଟି ପ୍ରଦାନ କରିବାକୁ ମଧ୍ୟ ଆଇସିଏମଆର ତରଫରୁ ପ୍ରକାଶ କରାଯାଇଛି ।

 

Blood Transfusions for Horses | Horse Journals

କହିରଖିବା ଉଚିତ ହେବକି, କରୋନା ଚିକିତ୍ସା ପାଇଁ ଔଷଧ ଯୋଗାଣ ଆରର ମଧ୍ୟରେ କରୋନା ଭୂତାଣୁକୁ ପ୍ରତିରୋଧ କରିବାକୁ ଘୋଡ଼ା ରକ୍ତରୁ ମିଳିପାରିବ ଆଣ୍ଟିବଡ଼ି । ଏନେଇ ପୂର୍ବରୁ ଭ୍ୟାକସିନ ନିର୍ମାଣକାରୀଙ୍କ ଠାରୁ ପ୍ରସ୍ତାବ ମଧ୍ୟ ମାଗିଥିଲେ ଆଇସିଏମଆର କତ୍ତୃପକ୍ଷ । ଏହା ସଫଳ ହେଲେ ଆଣ୍ଟିବଡି ନିର୍ମାଣକାରୀ କଂପାନୀକୁ ନନ୍‌ ଏକ୍‌ସକ୍ଲ୍ୟୁସିଭ ଲାଇସେନ୍‌ସ ସହ ବିକ୍ରିରେ ୫ ପ୍ରତିଶତ ରୟାଲଟି ପ୍ରଦାନ କରିବାକୁ ମଧ୍ୟ ଆଇସିଏମଆର ତରଫରୁ କୁହାଯାଇଛି | ମ୍ଭ ହୋଇଛି । କରୋନା ଭାଇରସ୍‌ ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ଔଷଧ କି ଟିକା ଆସିନଥିଲେ ସୁଦ୍ଧା ୟୁରୋପୀୟ ସ୍ୱାସ୍ଥ୍ୟ ନିୟାମକ ୟୁରୋପୀୟ ମେଡିସିନ୍‌ କମ୍ପାନୀ କୋଭିଡ୍‌ ଚିକିତ୍ସା ପାଇଁ ରେମଡିଭରକୁ ସୁପାରିଶ କରିଥିଲେ । ହାଇଦ୍ରାବାଦ ସ୍ଥିତ ପ୍ରମୁଖ ଔଷଧ ନିର୍ମାତା କମ୍ପାନୀ ହେଟେରୋ କରୋନା ସଂକ୍ରମଣ ଚିକିତ୍ସା ପାଇଁ କୋଭିଫର ଔଷଧ ଯୋଗାଣ ଆରମ୍ଭ କରିଛି।

ପ୍ରଥମ କିସ୍ତରେ ଏହି କମ୍ପାନି ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ଦେଶର ୫ଟି ରାଜ୍ୟକୁ ୨୦ ହଜାର ରେମ୍‌ଡେସିଭିର ଔଷଧ ସିସି ପଠାଇଛି। କୋଭିଫର ବ୍ରାଣ୍ଡ୍‌ ନାମ ଅଧୀନରେ ବିକ୍ରି ହେଉଥିବା ଏହି ଔଷଧ ଗୁଜରାଟ ଏବଂ ତାମିଲନାଡୁକୁ ମିଳିବ। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ୍‌କୁ ମଧ୍ୟ ଖୁବ୍‌ଶୀଘ୍ର ଏହି ଔଷଧ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.