Below header

ଆଜି ରାଜ୍ୟରେ ଆଉ ୧୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ପାଇଁ ଖୁସି ଖବର ।  ରାଜ୍ୟରେ ଆଉ ୧୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମ ଜିଲ୍ଲାରୁ ୪୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ପୁରୀରୁ ୨୮, ଖୋର୍ଦ୍ଧାରୁ ୨୧, କନ୍ଧମାଳରୁ ୧୨, ଜଗତସିଂହପୁରରୁ ୭ ଜଣ ସୁସ୍ଥ ହୋଇଛନ୍ତି । ନବରଙ୍ଗପୁରରୁ ୬, କେନ୍ଦ୍ରାପଡାରୁ ୫ ଜଣ, ବାଲେଶ୍ୱର ଓ କଟକରୁ ୨ ଜଣ ଲେଖାଏ ଭଲ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ଯାଏ ୪ ହଜାର ୪୨୨ ଜଣ ରିକଭରୀ କରିଛନ୍ତି । ସୁସ୍ଥତା ହାର ୭୧ ପ୍ରତିଶତ ବୋଲି ଟ୍ବିଟ ଯୋଗେ  ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

ସକାଳେ ରାଜ୍ଯରେ ପୁଣି ୨୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୧ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ୨୮୨ ପଜିଟିଭ୍ । ଏମାନଙ୍କ ଭିତରୁ ୧୯୮ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, ୨୦ ଲୋକାଲ୍ କେସ୍ ।  ତେବେ ଏହାକୁ ମିଶାଇ ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୬୧୮୦ ରେ ପହଁଚିଛି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.