ଗଜପତିର କରୋନା ସଂକ୍ରମିତ ଅଞ୍ଚଳରେ ୩ ଦିନିଆ ସଟଡାଉନ ଘୋଷଣା

ଗଜପତି(କେନ୍ୟୁଜ୍):  ଗଜପତିର କରୋନା ସଂକ୍ରମିତ ଅଞ୍ଚଳରେ ୩ଦିନିଆ ସଟଡାଉନ ଘୋଷଣା। ଆସନ୍ତା ୨୮ତାରିଖରୁ ୩୦ ତାରିଖ ଯାଏ ଗୋଷାଣୀ ଓ ଗୁମ୍ମା ବ୍ଲକ, ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ବ୍ଲକର ରାଣୀପେଣ୍ଠ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅନୁପମ ଶାହା। ଏହି ସମୟରେ ଜରୁରୀକାଳୀନ ସେବା ସହ ମେଡିକାଲ ଏବଂ ଦୁଗ୍‌ଧ ଯୋଗାଣ ଜାରି ରହିବ। ୪୦ଟି ଡାକ୍ତରୀ ଦଳ ଘର ଘର ବୁଲି କରୋନା ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢି ସ୍ଥିତି ଉଦବେଗଜନିତ ହେବାରେ ଲାଗିଛି।

ସେହିପରି ବ୍ରହ୍ମପୁର ସହର ୪ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ୩୦ ଯାଏ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ୨୭, ୨୮, ୨୯ ଓ ୩୦ ମଙ୍ଗଳବାର ପର୍ଯ୍ୟନ୍ତ ସଟ୍‌ଡାଉନ ରହିବ ସହର। ସ୍ୱାସ୍ଥ୍ୟ ଏବଂ ଦୁଗ୍ଧ ଯୋଗାଣ ସେବାକୁ ଛାଡି ଦେଲେ ଅନ୍ୟ ସବୁ ସେବା ବନ୍ଦ ରହିବ। ଗଞ୍ଜାମ ଜିଲ୍ଲାରେ ବିଶେଷ କରି ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ଗତ କିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଘରକୁ ଘର ବୁଲି ସର୍ଭେ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୭୦ଟି ଟିମ୍‌ ଗଠନ କରାଯାଇଛି। ସଟଡାଉନ ସମୟରେ ଆକ୍ଟିଭ କଣ୍ଟାକ୍ଟ ଟ୍ରେସିଂ, ଲକ୍ଷଣର ଯାଞ୍ଚ ଓ ହୋମ କ୍ୱାରେଣ୍ଟାଇନର ଷ୍ଟାଟସ ଚେକିଂ କରାଯିବ। ସଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ୧୨ଟା ପରିବର୍ତ୍ତେ ଆଜି ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାରଖିବାକୁ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.