Below header

ଧୁମ୍ ମଚାଇଲା KGF 2 ଟିଜର, ୨୪ ଘଣ୍ଟାରେ ଭାଙ୍ଗିଲା ସବୁ ରେକର୍ଡ

ସୁପରହିଟ୍ ଫିଲ୍ମ ପରେ ସେହି ଫିଲ୍ମର ସିକ୍ବେଲ ପାଇଁ ପ୍ରଶଂସକ ଦାବି କରିଥାନ୍ତି। କନ୍ନଡ଼ ସୁପରଷ୍ଟାର୍ ୟଶଙ୍କ ଅଭିନୀତ କେଜିଏଫ୍ ସୁପରଡୁପର ହିଟ୍ ହେବା ପରେ ଏହାର ସିକ୍ବେଲ ହେବା ପାଇଁ ଫ୍ଯାନ ଅପେକ୍ଷା କରିଥିଲେ। ଫ୍ଯାନଙ୍କ ଅପେକ୍ଷାର ଅନ୍ତ ଘଟଣା ‘କେଜିଏଫ୍ ୨’ର ଟିଜର୍ ଗତକାଲି ରିଲିଜ୍ ହୋଇଛି। ୟଶଙ୍କ ଜନ୍ମଦିନରେ ଅର୍ଥାତ୍ ଆଜି ଏହାକୁ ରିଲିଜ୍ କରାଇବା ପାଇଁ ଯୋଜନା ଥିଲେ ହେଁ ଟିଜରଟି ଗତକାଲି ଲିକ୍ ହୋଇଯିବାରୁ ବାଧ୍ୟ ହୋଇ ପ୍ରଯୋଜକ ଗୁରୁବାର ରାତି ପ୍ରାୟ ୯ଟା ୨୮ରେ ରିଲିଜ ହୋଇଥିଲା।

ଏହି ଟିଜର ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ୨୪ ଘଣ୍ଟାରେ ୫୦ ମିଲିଅନ ଭ୍ଯୁ ହୋଇଥିଲା। ଏପର୍ଯ୍ଯନ୍ତ ଟିଜର ୯୦ କୋଟି ଭ୍ଯୁ ହୋଇସାରିଲାଣି। ଫିଲ୍ମରେ ସଞ୍ଜୟ ଦତ୍ତ, ୟଶ, ରବିନା ଟଣ୍ଡନ, ଶ୍ରୀନିଧି ସେଟ୍ଟି, ପ୍ରକାଶ ରାଜଙ୍କ ସହିତ ଅନ୍ୟ ଅଭିନେତା-ଅଭିନେତ୍ରୀ କାମ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନିଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.