Below header

ଲୁଟ୍‌ ସୁନାକୁ ପ୍ରେମିକାକୁ ଉପହାର : ୨ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ନାରାୟଣ, ନୂଆପଲ୍ଲୀ ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ ପରେ କରିଥିଲା ଲୁଟ୍

ଭୁବନେଶ୍ବର: ୨୬ ଜୁଲାଇ ୨୦୨୦ ସକାଳ ୯ଟା ୧୦ରୁ ୧୦ ଟା ଭିତରେ ନୟାପଲ୍ଲୀ ସ୍ଥିତ N- 4 /263 ରେ ରହୁଥିବା ତୁଳସୀ ଦେଈଙ୍କୁ (୭୦) ଘରେ ପଶି ଲୁଟ କରିବା ସହ ମାରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୁତ୍ତ I କଟୁରୀରେ ହାଣିବା ସହ ତୁଳସୀ ଦେଈ ପିନ୍ଧିଥିବା, ୧୦ଭରିର ସୁନା ଚେନ ଓ କାନଫୁଲ ଲୁଟି ନେଇଥିଲେ I ପରେ ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା

tulasi deiଅନ୍ୟ ଏକ ମାମଲାରେ ଜେଲରେ ଥିବା ନାରାୟଣ ମହାନ୍ତି ନାମକ ଏକ କଏଦୀ ଜେଲରେ ଥିବା ସମୟରେ ଏହି କଥା ଆଉ ଜଣେ କଏଦୀକୁ କହୁଥିବା କଥା ସାମ୍ନାକୁ ଆସିଥିଲା I ନାରାୟଣ ଲୁଟ କରିଥିବା ସୁନା ତା ଗର୍ଲଫ୍ରେଣ୍ଡକୁ ଗିଫ୍ଟ କରୁଥିଲା I ପ୍ରିୟାଙ୍କା ମହାନ୍ତି ନାମକ ଗର୍ଲଫ୍ରେଣ୍ଡକୁ ସମସ୍ତ ସୁନା ଦେଇଥିବା ପୋଲିସକୁ ନିଜ ବୟାନରେ କହିଛି ଅଭିଯୁକ୍ତ ନାରାୟଣ I

ଗତ ଅଗଷ୍ଟ ୮ତାରିଖରେ ଖଣ୍ଡଗିରି ଥାନା ଅଞ୍ଚଳରୁ ସୁନା ଚେନ ଲୁଟ କରି ଗିରଫ ହୋଇଥିଲା ନାରାୟଣ I ଏହି ମାମଲାରେ ନାରାୟଣ ଓ ତାର ଗର୍ଲଫ୍ରେଣ୍ଡ ପ୍ରିୟଙ୍କା , ତାର ସହଯୋଗୀ ରାହୁଲ ମହାନ୍ତି ଓ ପ୍ରଣବ ମହାନ୍ତି ବି ଗିରଫ ହୋଇଥିଲେ I ବରମୁଣ୍ଡା ଅଞ୍ଚଳରେ ଜଣକୁ ହାଣି ସୁନା ନେଇଥିବା ମଧ୍ଯ ନିଜ ବୟାନରେ କହିଛି ନାରାୟଣ । ଏହି ହାର୍ଡକୋର ଅପରାଧୀକୁ ଆଜିଠୁ ୨ଦିନିଆ ରିମାଣ୍ଡରେ ନେଇଛି ନୟାପଲ୍ଲୀ ଥାନା ପୋଲିସ୍ I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.