ଶୀତ ଋତୁ କାରଣରୁ ରୁଖା ହୋଇଯାଇଛି କି ଆପଣଙ୍କ ତ୍ୱଚା, ତାହେଲେ ଏପରି ନିଅନ୍ତୁ ଯତ୍ନ

ଏବେ ଚାରିଆଡେ ଶୀତର ଲହରୀ। ଥଣ୍ଡା ଥଣ୍ଡା ଋତୁରେ ତ୍ୱଚା ଏକଦମ୍‌ ଶୁଷ୍କ ହୋଇଯାଏ। ଯେଉଁଭଳି ଭାବେ ଋତୁ ପରିବର୍ତ୍ତନ ହେଲେ ପିନ୍ଧିବା ଖାଇବା ବଦଳିଯାଏ, ସେହିପରି ତ୍ୱଚାର ଦେଖାଶୁଣାରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଯାହାଦ୍ୱାରା ତ୍ୱଚାର ଭଲଭାବେ ଯତ୍ନ ନେଇହେବ। ଆପଣ ଲକ୍ଷ୍ୟ କରିଥିବେ ଯେଶୀତ ଦିନେ ଆପଣଙ୍କ ତ୍ୱଚା ଅଧିକ ରୁଖା ହୋଇଯାଇଥାଏ। ଏବଂ ତ୍ୱଚାର ନମନୀୟତା କମିଯାଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଉପାୟ ନେଇ ଆସିଛୁ ଯାହା ସାହାଯ୍ୟରେ ଆପଣ ଆପଣଙ୍କ ତ୍ୱଚାର ଯତ୍ନ ଠିକ ଭାବେ ନେଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

ହ୍ୟାଣ୍ଡକ୍ରିମ ଲଗାଇବାକୁ ଭୁଲନ୍ତୁନାହିଁ

ସବୁବେଳେ କାମ କରୁଥିବା କାରଣରୁ ବାରମ୍ବାର ହାତ ଧୋଇବାକୁ ପଡିଥାଏ। ଏମିତିରେ ହାତ ତ୍ୱଚାର ନମନୀୟତା ବଜାୟ ରଖିବା ପାଇଁ ହ୍ୟାଣ୍ଡକ୍ରିମ ବ୍ୟବହାର କରନ୍ତୁ। ଏଥିପାଇଁ ଆପଣ କୋଲ୍ଡ କ୍ରୀମ, ଭେସଲିନ୍‌ ଆଦି ମଧ୍ୟ ବ୍ୟବହାର କରିପାରିବେ।

ମହୁ-ଲେମ୍ବୁରେ କରନ୍ତୁ ସ୍କ୍ରବ୍‌

ସପ୍ତାହରେ ଗୋଟିଏ ଥର ମହୁ ସହିତ ଲେମ୍ବୁ ରସ୍‌ ମିଶାଇ ହାତକୁ ସ୍କ୍ରବିଙ୍ଗ୍‌ କରନ୍ତୁ। ଏପରି କରିବା ଦ୍ୱାରା ଡେଡ୍‌ ସ୍କିନ୍‌ ସେଲ୍ସ ରିମୁଭ୍‌ ହୋଇ ନୂଆ ତ୍ୱଚା ହେବାରେ ସାହାଯ୍ୟ ହୋଇଥାଏ।

skinସର୍ବଦା ହର୍ବାଲ୍‌ ହ୍ୟାଣ୍ଡଓ୍ଵାସ୍‌ ଲଗାନ୍ତୁ

ବାରମ୍ବାର କେମିକାଲ୍ସରେ ପ୍ରସ୍ତୁତ ହ୍ୟାଣ୍ଡଓ୍ଵାସ୍‌ ବ୍ୟବହାର କରିବା ଦ୍ୱାରା ହାତର ଚମକତା ନଷ୍ଟ ହେବାକୁ ଲାଗିଥାଏ। ଏମିତିରେ ନ୍ୟାଚୁରାଲ ଜିନିଷରେ ପ୍ରସ୍ତୁତ ହ୍ୟାଣ୍ଡଓ୍ଵାସ୍‌ ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚାରେ ନମନୀୟତା ବଜାୟ ରଖିବା ସହିତ ସଂକ୍ରମଣ ହେବାର ଭୟ ମଧ୍ୟ ରହିଥାଏ।

ଆଲୋଭେରା ଜେଲ୍‌

ଶୋଇବା ପୂର୍ବରୁ ଆଲୋଭେରା ଜେଲରେ ହାତକୁ ମସାଜ୍‌ କରନ୍ତୁ। ଏହାଦ୍ୱାରା ତ୍ୱଚାର ଶୁଷ୍କତା ହ୍ରାସ ପାଇଁ ପୋଷଣ ମିଳିଥାଏ। ଏହାସହିତ ଏହାଦ୍ୱାରା ସଫା ଏବଂ ସୁନ୍ଦର ନଜର ଆସିବ।

ମସାଜ ବି ଆସିବ କାମ

ହାତରେ ତେଲ ମାଲିସ୍‌ କରିବା ତ୍ୱଚା ଉପରେ ବହୁତ ପ୍ରଭାବ ପକାଇଥାଏ। ଏହାସହିତ ରକ୍ତସଞ୍ଚାଳନ ମଧ୍ୟ ଭଲଭାବେ ହୋଇଥାଏ। ଏମିତିରେ ଶୁଷ୍କ ଏବଂ ଡେଡ୍‌ ସ୍କିନରେ ନୂଆ ଜୀବନ ମିଳିଥାଏ। ଏପରି କରିବା ଦ୍ୱାରା ହାତ ସଫା ଦେଖାଯିବା ସହିତ ଗ୍ଲୋଇଙ୍ଗ୍‌ ମଧ୍ୟ ଦେଖାଯାଏ। ଏଥିପାଇଁ ଆପଣ ନଡିଆ, ବାଦାମ୍‌, ଅଲିଭ୍‌ ଅଏଲ କିମ୍ବା ଅନ୍ୟ କୌଣସି ତେଲର ବ୍ୟବହାର କରିପାରିବେ।