Below header

ଜନି ଲିଭରଙ୍କ ଝିଅର ଆଉ ଏକ ମଜାଳିଆ ଭିଡିଓ ଭାଇରାଲ, ନିଜ ନକଲ ଦେଖି ହସି ହସି ଗଡ଼ିଲେ ଫରାହ ଖାନ୍‌; ଦେଖନ୍ତୁ ଭିଡିଓ

କରୋନାରୁ ମୁକ୍ତି ପାଇବାକୁ ଦେଶରେ ଖୁବ୍‌ଶୀଘ୍ର ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ବଲିଉଡ୍‌ ତରଫରୁ ମଧ୍ୟ ରିଆକ୍ସନ୍‌ ଆସିଛି। ସେଲିବ୍ରିଟିଙ୍କ ରିଆକ୍ସନ୍‌କୁ ନେଇ ଜଣାଶୁଣା କମେଡିଅନେ୍‌ ଜନି ଲିଭରଙ୍କ ଝିଅ ଜେମି ଲିଭର ଏକ ମଜାଦାର ଭିଡିଓ ତିଆରି କରିଛନ୍ତି। ଭିଡିଓ ଦେଖିଲେ ଆପଣ ବି ହସି ହସି ଗଡ଼ିବେ। ଟିକାକରଣକୁ ନେଇ ଜେମି ବଲିଉଡ୍‌ ସେଲିବ୍ରିଟିମାନେ ଦେଇଥିବା କିଛି ରିଆକ୍ସନ୍‌ର ମିମିକ୍ରି କରିଛନ୍ତି, ଯାହାକୁ ଲୋକମାନେ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ଜେମି କଣ୍ଠଶିଳ୍ପୀ ଆଶା ଭୋଁସଲେ, କୋରିଓଗ୍ରାଫର ଫରାହ ଖାନ୍‌, ସୋନମ୍‌ କପୁର, କରୀନା କପୁର ଓ କଙ୍ଗନା ରାଣାଓ୍ଵତ୍‌ଙ୍କ ମିକିକ୍ରି କରିଛନ୍ତି। ସେ ଏସବୁ ସେଲିବ୍ରିଟିଙ୍କର ଅବିକଳ ନକଲ କରିଛନ୍ତି। ଲୋକମାନେ ଜେମିଙ୍କର ଏହି ଭିଡିଓକୁ ବେଶ୍‌ ପସନ୍ଦ କରିଛନ୍ତି। ଭିଡିଓରେ ସବୁ ସେଲିବ୍ରିଟି କରୋନା ଟିକାର ଦାମ୍‌ ଓ ଲଗାଇବା ଶୈଳୀକୁ ନେଇ ଚିନ୍ତା କରୁଥିବା ଦେଖାଯାଇଛି।

ଏହି ଭିଡିଓକୁ ଟ୍ଵିଟରରେ ସେୟାର କରି ଫରାହ ଖାନ୍‌ କହିଛନ୍ତି, ଏହା ବହୁତ ମଜାଳିଆ ଲାଗୁଛି। ଭିଡିଓ ଦେଖିବା ପରେ ମୋ ପୁଅ ବି ମୋତେ ଦେଖି ହସୁଛି। ଭିଡିଓରେ ଫରାହ ଖାନ୍‌ଙ୍କ କମେଡି କରାଯାଇଥିବା ବେଳେ ସେ କିନ୍ତୁ ଏହାକୁ ପଜିଟିଭ୍‌ରେ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.