Below header

ତୁମ ସହ ଲକ୍ଷ ଲକ୍ଷ ଫ୍ୟାନ୍‌ ଅଛନ୍ତି, ମୁଁ ବି ସବୁ ବେଳେ ରହିଛି : ଜାଗୃତି ଶୁକ୍ଳା

କିଛିଦିନର ନିରବତା ପରେ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଆଉ ସେ ଚର୍ଚ୍ଚାରେ ଆସିବାର କାରଣ ହେଉଛି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ । ଗତ ଗୁରୁବାର ଦିନ ଅଭିନେତା ଅନୁଭବ ମହାନ୍ତି ନିଜ ସୋସିଆଲ ମିଡ଼ିଆରେ ତାଙ୍କ ଓକିଲ ଅଶ୍ୱିନୀ ଦୁବେଙ୍କ ଜନ୍ମଦିନରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ସହିତ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହିତ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

Immense love, respect & best wishes to much respected dear Ashwani Dubey ji.
Happy Birthday #AshwaniDubey ji🎂🙏🏻
May…

Posted by Anubhav Mohanty on Thursday, December 10, 2020

ଫେସ୍ବୁକରେ ଏହି ଫଟୋକୁ ସେୟାର କରିବା ସହିତ ଅନୁଭବ ମହାନ୍ତି ଅଶ୍ୱିନୀ ଦୁବେଙ୍କୁ ତାଙ୍କ ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ତାସହିତ ସେ ଜାଗୃତି ଶୁକ୍ଳାଙ୍କୁ ମଧ୍ୟ ତାଙ୍କର ଜଣେ ଆନ୍ତରିକ ବନ୍ଧୁ ଭାବରେ ବର୍ଣ୍ଣନା କରିଥିଲେ ଏବଂ ସେ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ଯଦିଓ ଅନୁଭବଙ୍କର ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଅନେକ ଲୋକ ଅନେକ ପ୍ରକାରର ମନ୍ତବ୍ୟ ଦେଇଥିଲେ । ତେବେ ଏହି ପୋଷ୍ଟ କରିବାର କିଛି ସମୟ ପରେ ଆସିଥିଲା ତାଙ୍କ ବାନ୍ଧବୀ ତଥା ଲୋକସଭା ଟିଭିର ଉପସ୍ଥାପିକା ଜାଗୃତି ଶୁକ୍ଳାଙ୍କ ପ୍ରତିକ୍ରିୟା ।

Anubhav ji, I don’t have enough words to thank your goodness and your honesty. I am witness of your strength and your…

Posted by Jagrati Shukla on Thursday, December 10, 2020

ଅଭିନେତା ଅନୁଭବ ମହାନ୍ତିଙ୍କର ଏହି ପୋଷ୍ଟକୁ ସେୟାର କରି ଜାଗୃତି ମଧ୍ୟ ତାର ପତ୍ୟୁତ୍ତର ଦେଇଥିଲେ । ସେ ଲେଖିଥିଲେ ଯେ “ଅନୁଭବ ଜି ଆପଣଙ୍କ ସଚ୍ଚୋଟତାକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଯଥେଷ୍ଟ ଶବ୍ଦ ମଧ୍ୟ ନାହିଁ । ସମସ୍ତ ସମସ୍ୟା ବିରୋଧରେ ଲଢ଼ିବା ପାଇଁ ଈଶ୍ବର ଆପଣଙ୍କୁ ସାହସ ଦେଇଛନ୍ତି । ଆପଣଙ୍କ ନିକଟରେ ଅଶ୍ୱିନୀ ଦୁବେଙ୍କ ପରି ଲୋକମାନେ ଅଛନ୍ତି । ଯେଉଁମାନେ କି ଆପଣଙ୍କ ସହିତ ସବୁବେଳେ ଅଛନ୍ତି । କେବଳ ସେତିକି ନୁହେଁ ଆପଣଙ୍କ ପରିବାର ମଧ୍ୟ ଆପଣଙ୍କ ସହିତ ଅଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଆପଣଙ୍କ ସହିତ ଅଛନ୍ତି । ଯେଉଁମାନେ ଆପଣଙ୍କୁ ବିନା ସର୍ତ୍ତରେ ଭଲ ପାଆନ୍ତି । ଆଉ ହଁ ଯେତେବି ସମସ୍ୟା ଆସୁ ମୁଁ ମଧ୍ୟ ସବୁବେଳେ ଆପଣଙ୍କ ସହିତ ରହିବି “

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.