Below header

ମାଧୁରୀ ଦୀକ୍ଷିତଙ୍କ ପୁଅ ବଜାଇଲେ ତବଲା, ଏମିତି ଡ୍ୟାନ୍ସ କଲେ ମମ୍ମି, ଭାଇରଲ ହେଉଛି ଏହି Video

ମାଧୁରୀ ଦୀକ୍ଷିତ ବର୍ତ୍ତମାନ ସେଲ୍ଫ ଆଇସୋଲେସନରେ ଅଛନ୍ତି। ନିକଟରେ ସେ ଏକ ଭିଡ଼ିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ, ଯାହାକୁ ୟୁଜରମାନେ ଖୁବ ପସନ୍ଦ କରିଛନ୍ତି। ଭିଡ଼ିଓରେ ମାଧୁରୀଙ୍କ ପୁଅ ତବଲା ବଜାଉଥିବା ବେଳେ ସେ ସେହି ତାଳରେ ନୃତ୍ୟ ପରିବେଷଣ କରୁଛନ୍ତି। ଭିଡ଼ିଓ ସେୟାର ହେବାର ମାତ୍ର କିଛି ସମୟ ଭିତରେ ଏହାକୁ 7 ଲକ୍ଷରୁ ଅଧିକ ଭିୟୁ ମିଳିସାରିଲାଣି।

କେବଳ ଫ୍ୟାନମାନେ ନୁହନ୍ତି, ବଲିଉଡ କଳାକାରମାନେ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଛନ୍ତି। ମାଧୁରୀ ଏହି ଭିଡ଼ିଓକୁ ପୋଷ୍ଟ କରି କ୍ୟାପସନ ଲେଖିଛନ୍ତି, ‘କ୍ୱାରେଣ୍ଟାଇନ ଆମକୁ ସେହି ଜିନିଷ କରିବାରେ ସାହାଯ୍ୟ କରୁଛି, ଯାହା ଆମେ କରିବାକୁ ଚାହୁଁ’। ଏହି ଭିଡ଼ିଓରେ ଅଭିନେତ୍ରୀ ମୌନି ରୟ ହାର୍ଟ ଶେପ ଇମୋଜି ଦେଇ ମାଧୁରୀଙ୍କୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.