Below header

ପଶୁପକ୍ଷୀ ଓ ନିରାଶ୍ରୟଙ୍କୁ ବାଣ୍ଟିଲେ ଖାଦ୍ୟ, କିସ୍‌ର ଦୁଇ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କେନ୍ୟୁଜ(ବ୍ୟୁରୋ): ଲକ୍‌ଡାଉନ୍‌ ବେଳେ ମହାନତା । ପଶୁପକ୍ଷୀ ଓ ନିରାଶ୍ରୟଙ୍କୁ ବାଣ୍ଟିଲେ ଖାଦ୍ୟ । ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ । କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନସେସ୍‌ ବା କିସ୍‌ରେ କାର୍ଯ୍ୟରତ ଦୁଇ ଅଧିକାରୀଙ୍କୁ ଏଥିପାଇଁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ୍‌ କରି ସେମାନଙ୍କୁ ସାବାସୀ ଦିଆଯାଇଛି । ଏମାନେ ହେଲେ ନିହାର ରଞ୍ଜନ ମହାରଣା ଓ କାଦେ ସୋରେନ୍‌ । ନିହାର ରଞ୍ଜନ ମହାରଣା କିସର ସେଣ୍ଟର ଫର୍‌ ଆମେରିକାନ୍‌ ଷ୍ଟଡିଜ୍‌ରେ ପାର୍ଟନରସିପ୍‌ ଡେଭଲପମେଣ୍ଟର ପ୍ରୋଜେକ୍ଟ ଅଫିସର ଭାବରେ କାର୍ଯ୍ୟରତ ଅଛନ୍ତି ।

ସେହିପରି କାଦେ ସୋରେନ କିସ୍‌ର ସେଣ୍ଟର ଫର୍‌ ଆମେରିକାନ୍‌ ଷ୍ଟଡିଜ୍‌ର ଡେପୁଟୀ ଡାଇରେକ୍ଟର ଆକାଡେମିସ୍‌ରେ କାମ କରନ୍ତି । ଏମାନେ ଲକ୍‌ଡାଉନ୍‌ ବେଳେ ନିରାଶ୍ରୟ, ଗରିବ ଓ ପଶୁଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ଲୋକଙ୍କ ଭିତରେ କରୋନା ନେଇ ସଚେତନତା ସୃଷ୍ଟି କରୁଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.