Below header

ବହୁ କଷ୍ଟରେ ଗୀତ ଗାଇବାକୁ ଚେଷ୍ଟା କରୁଛନ୍ତି ମହେନ୍ଦ୍ର ସିଂହ ଧୋନି, ଦେଖନ୍ତୁ ଭାଇରାଲ ଭିଡିଓ

ଭାରତ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଓ ପତ୍ନୀ ସାକ୍ଷୀ ଧୋନି ନିକଟରେ କିଛି ବନ୍ଧୁବାନ୍ଧବଙ୍କ ପାଇଁ ଏକ ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ପତ୍ନୀଙ୍କ ସହ ମାହି ମସ୍ତି କରୁଥିବା ନଜର ଆସିଛି। ପାର୍ଟିର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ କ୍ୟାପ୍‌ଟେନ୍‌ କୁଲ୍‌ ଗୀତ ଗାଉଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ଅକ୍ଷୟ ଖାନ୍ନାଙ୍କ ‘ସବ୍‌ କୁଶଳ ମଙ୍ଗଳ’ର ଟ୍ରେଲର ରିଲିଜ୍‌, ଲୋକେ ଦେଲେ ଏଭଳି ରିଆକ୍ସନ୍‌

ଭିଡିଓରେ ଧୋନି ହାତରେ ମାଇକ୍‌ ଧରି ‘ଜବ କୋଇ ବାତ ବିଗଡ ଯାଏ…’ର ଅନ୍ତରା ଗାଉଥିବା ଦେଖିବାକୁ ମିଳିଛି। ଗୀତର ଦ୍ୱିତୀୟ ଧାଡ଼ିକୁ ଧୋନି ପୂରା ବେସୂରା ଗାଉଛନ୍ତି। ଧୋନିଙ୍କ ଏହି ବେସୂରା ଗୀତ ବି ଫ୍ୟାନ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଛି। ମାହିଙ୍କ ପରେ ତାଙ୍କର ଜଣେ ବନ୍ଧୁ ମାଇକି ଧରି ଗାଇବାକୁ ଚେଷ୍ଟା କରୁଛନ୍ତି। ସେ ଏମିତି ଗୀତ ଗାଇଲେ ଯେ ଉପସ୍ଥିତ ସମସ୍ତ ଲୋକ ହସିବାକୁ ଲାଗିଥିଲେ।

ଦେଖନ୍ତୁ ପାର୍ଟିର ଭିଡିଓ:


ରାଞ୍ଚିରେ ଅନୁଷ୍ଠିତ ଏହି ପାର୍ଟିରେ ସାକ୍ଷୀଙ୍କ ସାଙ୍ଗ ଟିଭି ପ୍ରଯୋଜକ ନୀତି, ପ୍ରୀତି ସିମୋନ ଓ ପଞ୍ଜାବର ଲୋକପ୍ରିୟ ଗାୟିକା ତଥା ଅଭିନେତ୍ରୀ ଜସି ଗିଲ ମଧ୍ୟ ଯୋଗ ଦେଇଛନ୍ତି। ୩୮ ବର୍ଷୀୟ ମହେନ୍ଦ୍ର ସିଂହ ଧୋନି ଏବେ କ୍ରିକେଟଠାରୁ ଦୂରରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.