ଟ୍ରିଫିକ୍ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ହେଉଥିବା ମୋଟା ଅଙ୍କର ଜରିମାନା କୋହଳ ହେବନାହିଁ:ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

କେନ୍ୟୁଜ୍(ବ୍ୟୁରୋ): ସଂଶୋଧିତ ମୋଟର ଯାନ ଆଇନରେ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ପାଇଁ ଉଦ୍ଦିଷ୍ଟ ମୋଟା ଅଙ୍କର ଜରିମାନାରେ କିଛି କୋହଳ କରାଯିବ ନାହିଁ । କୋହଳର କୌଣସି ଆବଶ୍ୟକତା ନଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ସଡ଼କ ସୁରକ୍ଷା ପାଇଁ ନୂଆ ଟ୍ରାଫିକ ନିୟମକୁ କଡ଼ାକଡ଼ି ଲାଗୁ କରାଯାଇଛି । ଖିଲାପକାରୀଙ୍କ ଠୁ ଜରିମାନା ଆଦାୟ ହେଉଛି । ତେବେ ଗାଡ଼ି କାଗଜପତ୍ର ପାଇଁ ଆଉ ୩ ମାସ ସମୟ ଦିଆଯାଇଛି । ଆସନ୍ତା ୧୮ ତାରିଖରେ ସଡ଼କ ସୁରକ୍ଷା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ଏଥିରେ ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ରହିବେ । ଏମଭି ଆକ୍ଟର ବିଭିନ୍ନ ଦିଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.