Below header

ଫିଲ୍ମ ‘ଥ୍ରୀଲର’ ପରେ ପୁଣି ଦର୍ଶକଙ୍କୁ ବେକାବୁ କରିବେ ଅପସରା, ରାମ ଗୋପାଳ ଟ୍ଵିଟ୍‌ କଲେ ନୂଆ ଫିଲ୍ମ

ରାମ ଗୋପାଳଙ୍କ ଫିଲ୍ମ ‘ଥ୍ରୀଲର’ରେ ନଜର ଆସି ସମସ୍ତଙ୍କୁ ଚକିତ କରିଦେଇଥିଲେ ଓଡିଆ ଅଭିନେତ୍ରୀ ଅପସରା ରାନୀ। ଅପସରାଙ୍କ ଦମ୍‌ଦାର ବୋଲ୍ଡ ଅନ୍ଦାଜ ଦର୍ଶକଙ୍କ ମନ ମୋହିନେଇଥିଲା। ଅପସରାକୁ ନେଇ ପୁଣି ଆଉ ଏକ ପ୍ରୋଜେକ୍ଟ ଆରମ୍ଭ କରୁଛନ୍ତି ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଆଗାମୀ ଫିଲ୍ମ ‘ଡେଞ୍ଜରିୟସ’ର ପ୍ରଥମ ଲୁକ୍ ରିଲିଜ କରିଛନ୍ତି ।

ରାମଗୋପାଳ ବର୍ମା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ଫିଲ୍ମ ଡେଞ୍ଜରିୟସରେ ଦୁଇ ନାୟିକା ଅପସରା ଓ ନୈନା ଗାଙ୍ଗୁଲି ନଜର ଆସିବେ । ଏହା ହେଉଛି ଏକ ଏପିକ୍ ଇମୋସନାଲ କ୍ଲାସିକ୍ ଲଭ୍ ଷ୍ଟୋରୀ ବୋଲି ରାମୁ ସୂଚନା ଦେଇଛନ୍ତି ।

ଅପସରା ରାନୀ ମଧ୍ୟ ରାମ ଗୋପାଳ ବର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ୱିଟରେ ଲେଖିଛନ୍ତି , ଧନ୍ୟବାଦ ସାର୍ , ମୋତେ ଏହି ଫିଲ୍ମର ଏକ ପାର୍ଟ କରିଥିବାରୁ । ଏହା ପୂର୍ବରୁ ଅପସରା ରାନୀ ରାମୁଙ୍କ ଥ୍ରୀଲର ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିଛନ୍ତି । ନିକଟରେ ତାର ଟ୍ରେଲର ରିଲିଜ୍ ହୋଇଥିଲା । ଏହି ଟ୍ରେଲର ଦେଖି ଦର୍ଶକ ନିଜକୁ ସମ୍ଭାଳିପାରିନଥିଲେ। ଏହି ଫିଲ୍ମଟି ଓଡ଼ିଆ ସମେତ ହିନ୍ଦୀ, ତେଲଗୁ, ତାମିଲ, କନ୍ନଡ଼, ମାଲାୟାଲମ, ମରାଠୀ, ଭୋଜପୁରୀ, ଗୁଜରାଟୀ ଭାଷାରେ ଫିଲ୍ମଟି ମୁକ୍ତିଲାଭ କରିବ । ଏହା ଖୁବଶୀଘ୍ର rgvworldtheatre.com/ RGVWorld.in/ ShreyasET/ShreyasET.com ରେ ଷ୍ଟ୍ରିମିଂ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.