ପାକିସ୍ତାନ ସହ ତେଲ କାରବାର ବନ୍ଦ କଲା ସାଉଦି ଆରବ, ଜାଣନ୍ତୁ କାହିଁକି?

ଗତ ମେ ମାସ ପରଠାରୁ ସାଉଦି ଆରବରୁ ପାକିସ୍ତାନ ତେଲ ପାଇନାହିଁ କାରଣ ପାକିସ୍ତାନ ୩.୨ ବିଲିୟନ ଡ଼ଲାରର ବକେୟା ଅର୍ଥ ଦେଇପାରି ନାହିଁ। ୨୦୧୮ ମସିହାରେ ପାକିସ୍ତାନ ସାଉଦି ଆରବରୁ ୬.୨ ବିଲିୟନ ଡ଼ଲାର କରଜ ନେଇଥିଲା। ଋଣ ପ୍ୟାକେଜ ଅଧୀନରେ ପାକିସ୍ତାନକୁ ୩.୨ ବିଲିୟନ ଡଲାର ତେଲ ଉଧାର ଦେବାର ବ୍ୟବସ୍ଥା ଥିଲା। ଯେଉଁ ବ୍ୟବସ୍ଥାର ସମୟସୀମା ଦୁଇମାସ ପୂର୍ବରୁ ସମାପ୍ତ ହୋଇଛି, ଯାହା ଏପର୍ଯ୍ୟନ୍ତ ନବୀକରଣ ହୋଇନାହିଁ |

oil1ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୧୮ ରେ ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ୬.୨ ବିଲିୟନ ଡ଼ଲାର ଋଣକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ପେଟ୍ରୋଲିୟମ ବିଭାଗର ମୁଖପାତ୍ର ସାଜିଦ କାଜି କହିଛନ୍ତି, ଏହି ଚୁକ୍ତିନାମାର ଅବଧି ମେ ମାସରେ ଶେଷ ହେବ। ଏହି ସୁବିଧାକୁ ନବୀକରଣ କରିବାକୁ ଅର୍ଥ ବିଭାଗ ଚେଷ୍ଟା କରୁଛି | ଅନ୍ଯପଟେ ଏନେଇ ମୁଖପାତ୍ର କହିଛନ୍ତି, ଏ ସମ୍ପର୍କରେ ସାଉଦି ଆରବକୁ ଅନୁରୋଧ କରାଯାଇଥିବା ବେଳେ ଏହାର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।

ପାକିସ୍ତାନ ଏପରି ଏକ ସଙ୍କଟର ସମ୍ମୁଖୀନ ହୋଇଛି ଯେତେବେଳେ ଏହା ଏକ ଚ୍ୟାଲେଞ୍ଜିଂ ପରିସ୍ଥିତିର ସାମ୍ନା କରୁଛି କରୁଛି କାରଣ ବିଶ୍ୱ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଗତ ପାଞ୍ଚ ମାସ ଧରି ଆର୍ଥିକ ସହାୟତା ବନ୍ଦ କରି ଦେଇଛି। ରିପୋର୍ଟରେ କୁହାଯାଇଛି ଯେ ସାଉଦି ଆରବର ଋଣ ଫେରସ୍ତ କରିବା ଏବଂ ତେଲ ସମ୍ବନ୍ଧିତ ଚୁକ୍ତିନାମା ଅବଧି ଶେଷ ହେବା ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କର ଅବସ୍ଥାକୁ ଆହୁରି ଖରାପ କରିପାରେ। ଏହି ବ୍ୟାଙ୍କ ସମ୍ପୂର୍ଣ୍ଣ କରଜ ଉପରେ ନିର୍ଭରଶୀଳ|

oil2ପାକିସ୍ତାନର ବଜେଟ୍ ଆକଳନ ଅନୁଯାୟୀ ଜୁଲାଇରୁ ଆରମ୍ଭ ହୋଇଥିବା ୨୦୨୦-୨୧ ଆର୍ଥିକ ବର୍ଷରେ ସରକାର ସର୍ବନିମ୍ନ ୧ ବିଲିୟନ ଡ଼ଲାର ତେଲ ପାଇବେ ବୋଲି ଆଶା କରାଯାଉଥିଲା। ପାକିସ୍ତାନ ସାଉଦି ଆରବରୁ ନେଇଥିବା କରଜରୁ ଏକ ବିଲିୟନ ଡଲାର କିସ୍ତି ପରିଶୋଧ କରିସାରିଛି। ସୂଚନା ମୁତାବକ ସାଉଦି ଆରବର ଅବଶିଷ୍ଟ ଋଣ ପରିଶୋଧ କରିବାକୁ ପାକିସ୍ତାନ ଚୀନ୍ ଆଡକୁ ଚାହିଁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.