Below header

ଭାଣିଜୀଙ୍କୁ ଡେଟିଂ କରୁଛନ୍ତି ପ୍ରଭୁଦେବା, ଖୁବ୍‌ ଶୀଘ୍ର କରିପାରନ୍ତି ବିବାହ !

ପ୍ରଭୁଦେବା ଜଣେ ଆଗଧାଡ଼ିର କୋରିୟୋଗ୍ରାଫର ଭାବେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ନିଜ କ୍ୟାରିୟରରେ ୧୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କୋରିୟୋଗ୍ରାଫ୍‌ କରିଛନ୍ତି । ତେବେ ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ବେଶ୍‌ ଚର୍ଚ୍ଚିତ ଅଛନ୍ତି । ଖବରରୁ ଜଣାପଡ଼ିଛି ଯେ ପ୍ରଭୁଦେବା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ତାହା ପୁଣି ନିଜର ଭାଣିଜୀକୁ । ଖୁବ୍‌ ଶୀଘ୍ର ସେ ଏହି ବିବାହ କରିବାକୁ ଯାଉଛନ୍ତି ।

prabhudeba-0

୯ ବର୍ଷ ପୂର୍ବେ ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ପ୍ରଭୁଦେବା

ପ୍ରଭୁଦେବା ପ୍ରାୟ ୯ ବର୍ଷ ପୂର୍ବେ ପତ୍ନୀଙ୍କ ସହ ବିବାଦ ଯୋଗୁ ଅଲଗା ହୋଇଥିଲେ । ୧୯୯୫ ରେ ପ୍ରଭୁ ଦେବା ରାମଲତାଙ୍କୁ ବିବାହ କରିଥିଲେ । ରାମଲତା ଇସ୍‌ଲାମ ଧର୍ମ ସହିତ ଜଡିତ ଥିଲେ । ବିବାହ ପରେ ରାମଲତା ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ । ରାମଲତାଙ୍କ ଔରୁଷରୁ ପ୍ରଭୁଦେବାଙ୍କର ୩ ଜଣ ସନ୍ତାନ ମଧ୍ୟ ଅଛନ୍ତି । କ୍ୟାନ୍‌ସର ଯୋଗୁ ୨୦୦୮ ରେ ବଡ ପୁଅର ମୃତ୍ୟୁ ହୋଇଯାଇଛି ।

prabhudeba-1

ନୟନତାରାଙ୍କ ସହ ପ୍ରଭୁଦେବାଙ୍କ ଥିଲା ରିଲେସନ୍‌ସିପ୍‌

ଅଭିନେତ୍ରୀ ନୟନତାରାଙ୍କ ସହ ପ୍ରଭୁଦେବାଙ୍କ ରିଲେସନ୍‌ସିପ୍‌ ଥିଲା । ଯେତେବେଳେ ପତ୍ନୀଙ୍କୁ ଏହା ଜଣାପଡ଼ିଲା ଏହାକୁ ନେଇ ସେ ହଙ୍ଗାମା ସୃଷ୍ଟି କରିଥିଲେ । ପରେ ଏହି କଥାକୁ ନେଇ ପତ୍ନୀଙ୍କ ସହ ପ୍ରଭୁଦେବାଙ୍କ ସମ୍ପର୍କ ବିଗିଡିଥିଲା । ପରେ ଦୁହେଁ ଅଲଗା ହୋଇଯାଇଥିଲେ ।

prabhudeba-2

ଏବେ ତାଙ୍କର ଭାଣିଜୀଙ୍କ ସହ ବିବାହ ନେଇ ଚର୍ଚ୍ଚା ଚାଲିଛି । ଖୁବ୍‌ ଶୀଘ୍ର ଦୁହେଁ ବିବାହ କରିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି । ହେଲେ ପ୍ରଭୁଦେବା ଏ ସମ୍ପର୍କରେ କିଛି ମୁହଁ ଖୋଲି ନାହାଁନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.